ଡକ୍ତର ସବିତା ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ…

add-all

ବ୍ରହ୍ମପୁର :ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରତିଭାଶାଳୀ ଅବସର ପାପ୍ତ ଓଡ଼ିଆ ପ୍ରଫେସର ତଥା ଗାନ୍ଧୀନଗର ନିବାସୀ ସ୍ୱର୍ଗତ ଡକ୍ତର ସବିତା ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ତା ୨୬/୦୫/୨୦୨୩ ରିଖ ଶୁକ୍ରବାର ଦିନ ହାଇଦରାବାଦ ସ୍ଥିତ ଝିଅ ମାନଙ୍କ ନିମନ୍ତ ଗଠନ ହହିଥିବା ଏକ ସ୍ବତନ୍ତ୍ର “ଅମନ ବେଦିକା ଅରଫାନେଜ” ଠାରେ ଅନୁଷ୍ଠିତ ହହିଯାଇଛି l ଏହି ଅବସରରେ ସ୍ୱର୍ଗତ ପଟ୍ଟନାୟକ ଜ୍ୱାଇଁ ସୁର୍ବତ, ଝିଆରୀ ଡକ୍ତର ରାନା ଦାସ, ବଡ ଭଉଣୀ ସୁଷମା ଏବଂ ନାତି ଅରମାନ ସମେତ “କେଓଲିସ ହାଇଦ୍ରାବାଦ ମେଟାରୋଲ” ତରଫରୁ ବହୁ ପ୍ରତିବାହାନ ବ୍ୟକ୍ତି ମାନେ ଉପସ୍ଥିତ ରହି ସ୍ୱର୍ଗତ ଡକ୍ତର ସବିତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରକାଶ ଥାଉ କି ସ୍ୱର୍ଗତ ଡକ୍ତର ସବିତା ପଟ୍ଟନାୟକ ଗତ କରୋନା ସମୟରେ ମୁର୍ତ୍ୟୁ ହହିଁଥିଲା l ସ୍ୱର୍ଗତ ଡକ୍ତର ସବିତା ପଟ୍ଟନାୟକ ଓଡ଼ିଆ ସାହିତ୍ୟ ପ୍ରତି ଶ୍ରଦ୍ଧା ଏବଂ ତାଙ୍କର ଅବଦାନ ଅତିଶ୍ୱରଣୀୟ l ସେ ଏକା ଧାରାରେ ଜଣେ ଦକ୍ଷ ସମାଜସେବୀ, ଲେଖିକା ଓ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସୂତି କରି ଖୁଆଇବାର ନିପୁଣ ଦାକ୍ଷୀୟ ରେ ବହୁ ପରିଚିତା ଥିଲେ l

ad-week
Leave A Reply

Your email address will not be published.