ପୁଲିସ ର ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟ…

add-all


ଭଦ୍ରକ : ନିଜକୁ ପୋଲିସ ର ପରିଚୟ ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରିଛନ୍ତି ୪ଜଣ ଯୁବକ ବାଲେଶ୍ବର ଜିଲ୍ଲା ମଇତାପୁର ଅଞ୍ଚଳ ର ନିରୋଦବାଳା ମହାନ୍ତି ଗାଁ ରୁ ଅଟୋ ଯୋଗେ ଆସିଥିଲେ ଭଦ୍ରକ ଭୂବନେଶ୍ବର ରୁ ବସ୍ ରେ ଆସୁଥିବା ପୁଅ ଝିଅ ଙ୍କୁ ଭଦ୍ରକ ରୁ ନେବା ଲାଗି ଆସିଥିଲେ ନିରୋଦବାଳା ସହରର ମୁଖ୍ଯ ଡାକଘର ସାମ୍ନା ରେ ଯାଉଥିବା ବେଳେ ହଠାତ୍ ଦୁଇଜଣ ଯୁବକ ନିଜକୁ ପୁଲିସ ବୋଲି ପରିଚୟ ଦେଇଥିଲେ ଏ ଅଟୋ ଡ୍ରାଇଭର ସାରେ ଡାକୁଛନ୍ତି ସେଇଠି ରୁହ କହି ଅଟୋକୁ ଅଟକାଇଥିଲେ ପରେ ଦୁଇ ଜଣ ଯୁବକ ଅଟୋ ପାଖକୁ ଯାଇ ନିରୋଦବାଳା ଙ୍କୁ କହିଲେ ପୋଲିସ ଚେକିଙ୍ଗ ଚାଲିଛି ସୁନା ଅଳଙ୍କାର ଓହ୍ଲାଇ ପକାନ୍ତୁ ନ ହେଲେ ୫୦ ହଜାର ଟଙ୍କା ଜୋରିମାନା ଦେବେ ବୋଲି କହିଥିଲେ ନିରୋଦବାଳା କିଛି କହିବା ପୂର୍ବ ରୁ ଆଉ ଦୁଇଜଣ ଯୁବକ ସେଠାରେ ପହଞ୍ଚି ଯାଇଥିଲେ ସେମାନେ ଅଟୋ କୁ ଘେରିଯାଇ ନିରୋଦବାଳା ବେକରୁ ସୁନା ହାର ଓ ହାତରୁ ବଳା ଛଡାଇ ନେଇ ନିମିଷକ ମଧ୍ଯ ରେ ଛୁ ମାରିଥିଲେ ଏ ସମ୍ପର୍କ ରେ ନିରୋଦବାଳା ଟାଉନ ଥାନା ରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ଘଟଣା ସ୍ଥଳ ରେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି,

ad-week
Leave A Reply

Your email address will not be published.