ବ୍ରହ୍ମପୁର : ରାଜ୍ୟଭାର ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ଗସ୍ତରେ ରବିବାର ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରବିବାର ମଧ୍ୟାହ୍ନ ରେ ଶ୍ରୀ ସାମଲ ବ୍ରହ୍ମପୁର ପହଞ୍ଚିଲା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିରାଟ ମୋଟରସାଇକଲ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ସମ୍ବର୍ଦ୍ଧନା ଉତ୍ସବକୁ।ତେବେ ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଅସନ୍ତୋଷ କୁ ବାରି ପାରିନଥିଲେ।କିନ୍ତୁ ସଂଧ୍ୟା ରେ ଦଳୀୟ କର୍ମୀ ଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚି ଥିଲା। ରାତିରେ ଗୋସାଇନୁଆଁଗାଁ କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ।ବିଜେପି ର କର୍ପୋରେଟର ନୀଳକଣ୍ଠ ସାହୁ ରାଜ୍ୟ ସଭାପତି ଙ୍କ ସହିତ ଜିଲ୍ଲା ସଭାପତି ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କୁ ସ୍ୱାଗତ କରୁଥିବା ଵେକେ ଜଣେ ବିଜେପି କର୍ମୀ ତଥା ପୂର୍ବତନ ମଣ୍ଡକ ସଭାପତି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ଉପରେ କାଳି ମାଡ଼ କରିଥିଲେ।ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଉପସ୍ଥିତ କର୍ମୀ ମାନେ କାଳି ଢାଳି ଥିବା ବ୍ୟକ୍ତିକୁ ଉତ୍ତମ ମଧ୍ୟମ କରିଥିଲେ।କିନ୍ତୁ ଏହା କର୍ପୋରେଟର ନୀଳକଣ୍ଠ ସାହୁଙ୍କ ଇଙ୍ଗିତ ରେ ଘଟିଥିବା ସ୍ପଷ୍ଟ ବାରି ପାରିଥିଲେ ନେତା ଓ ବକର୍ମୀ ମାନେ।ଫଳରେ କର୍ମୀଙ୍କ ଆକ୍ରୋଷ ର ଶିକାର ହୋଇଥଲେ ନୀଳକଣ୍ଠ।ତାଙ୍କୁ ମଧ୍ୟ ଠେଲାପେଲା କରିଥିଲେ ଉପସ୍ଥିତ ନେତା ଓ କର୍ମୀ।ଏସବୁ ଘଟଣା ରାଜ୍ୟ ସଭାପତି ଙ୍କ ଉପସ୍ଥିତ ରେ ହୋଇଥିଲା।ଜିଲ୍ଲା ର ସଙ୍ଘଠନ ଏବଂ ଜିଲ୍ଲା ସଭାପତି ଙ୍କ କାର୍ଯ୍ୟକଳାପ ଉପରେ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ନୀଳକଣ୍ଠ ସାହୁ ଘଟଣାକୁ ନେଇ ତାଙ୍କୁ ଆକ୍ରମଣ କରିଥିବା ନେତାଙ୍କ ବିରୋଧ ରେ ଥାନାରେ ଏତଲା ଦେଇଥିଲେ ସୋମବାର ସକାଳେ।କିନ୍ତୁ ସନ୍ଧ୍ୟା ରେ ବିଜେଡି ଶିବିରରେ ଦେଖିବାକୁ ମିଳିଥିଲା।ବିଜେଡି ଜିଲ୍ଲା କାର୍ଯ୍ୟାଳୟଭାବା ନଗର ଠାରେ କର୍ପୋରେଟର ନୀଳକଣ୍ଠ ଙ୍କୁ ଦେଖିଲା ପରେ ସମସ୍ତଙ୍କ ଆଙ୍କ ବଦଳି ଯାଇଥିଲା।ନୀଳକଣ୍ଠ ସାଂସଦଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚୌପଟ୍ଟନାୟକଙ୍କ ସମେତ ବହୁ ବିଜେଡି କର୍ମଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।ଏଭଳି ଘଟଣାକୁ ନେଇ ବିଜେପି ନେତା ମାନେ ମୁହଁ ଖୋଲୁ ନ ଥିଲେ ମଧ୍ୟ, ଏହା ବିଜେଡି ର ଇଙ୍ଗିତରେ ସବୁ କିଛି ଘଟୁଥିବା ବିଜେପି ଅଭିଯୋଗ କରିଛି।କିନ୍ତୁ ଜିଲ୍ଲା ସଭାପତି ଙ୍କ ବିରୋଧରେ କର୍ମୀ ଙ୍କ ବିଶୋଦାଗାର ବିଜେପି ସଙ୍ଘଠନ ରେ ବିଶୃଙ୍ଖଳା ସ୍ପଷ୍ଟ ପ୍ରମାଣିତ ହୋଇଛି।
