ଦାରିଙ୍ଗବାଡି ବ୍ଲକରେ ଷଷ୍ଠତମ ସମିତି ବୈଠକ

add-all

ଦାରିଙ୍ଗବାଡି,୩୦/୫ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଷଷ୍ଟ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତି ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ଗଦାଧର ପାତ୍ର ପରିଚାଳନା କରିଥିଲେ । ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ଓ ଦୀପିକା ମାଝୀ , ସାଂସଦ ପ୍ରତିନିଧି ଅକ୍ଷୟ ନାୟକ,ବ୍ଲକ ଉପାଧ୍ୟକ୍ଷ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମିତି ବୈଠକରେ ପ୍ରଥମେ ମେଡ଼ିକାଲ ବିଷୟରେ ଆଲୋଚନା ହୋଇଥିଲା । ଦାରିଙ୍ଗବାଡି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୧ ଜଣ ଡକ୍ଟର ରହିଥିବା ବେଳେ ଡକ୍ଟର ମାନେ ପାଳି କରିବା ସହ ବହିରବିଭାଗରେ ମାତ୍ର ଜଣେ ଡକ୍ଟର ରୋଗୀ ଦେଖୁଥିଲେ । ଏହାରି ଫଳରେ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିଲା। ଏହା ଦେଖି ବିଧାୟକ ସାଲୁଗା ପ୍ରଧାନ ମେଡ଼ିକାଲ ଇନ୍ ଚାର୍ଜ ଯାକେସ ସାମନ୍ତରାୟଙ୍କୁ ବୈଠକରେ ପ୍ରଶ୍ନ କରିଥିଲେ। । ଏପରିକି ରୋଗୀ କଲ୍ୟାଣ ସମିତି ବୈଠକ ସଠିକ୍ ସମୟର କରିବାକୁ କହିଥିଲେ । ଦାରିଙ୍ଗବାଡି ବ୍ଲକ ୨୫ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୬ ସଂଖ୍ୟା ବିଶିଷ୍ଟ ରୋଗୀ ବେଡ ରହିଛି ତାହାକୁ ୨୫ କୁ ବୃଦ୍ଧି କରିବାକୁ ଦାରିଙ୍ଗବାଡି ସମିତି ସଭ୍ୟ କାଳୀ ପ୍ରସାଦ ମଲିକ ମେଡ଼ିକାଲ ଇନଚାର୍ଜ ସମେତ ବିଧାୟକଙ୍କୁ ଅନୁରୋଧ କରିଥିଲେ। ଦାରିଙ୍ଗବାଡିରେ କିଛି ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି, ରାସ୍ତା କାମ ଚାଲୁ ରହିଥିବା ଯୋଗୁଁ ପାଇପ ଫାଟି ଯାଇଛି । ଶୀଘ୍ର ସଜାଡିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହା ଯାଇଥିବା ବେଳେ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀରେ ସୋଲାର ମାଧ୍ୟମରେ ଜଳ ଯୋଗାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ କହିଥିଲେ । ଦାରିଙ୍ଗବାଡିରେ ଦିନ କୁ ଦିନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ପଞ୍ଚମ ପିଲା ୧ ରୁ ୧୦୦ ପର୍ଯ୍ୟନ୍ତ କହି ପାରୁ ନାହିଁ । ମିଶାଣ, ହରଣ, ଗୁଣନ ତ ଜାଣିବା ଦୂରର କଥା ବୋଲି ଜିଲ୍ଲା ପରିଷଦ ସଭ୍ୟ ରଞନ ପ୍ରଧାନ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ କହିଥିଲେ । ସେଥିପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ସଭ୍ୟ ଦାବୀ କରିଥିଲେ । ଚାଷୀଙ୍କୁ ସଠିକ୍ ଭାବେ କୃଷି ତାଲିମ ଦେବା ସହ ସଠିକ ସମୟର ବିହନ ପ୍ରଦାନ କରିବାକୁ ବ୍ଲକ୍ କୃଷି ଅଧିକାରୀ ବୃନ୍ଦାବନ ବେହେରାଙ୍କୁ ବିଧାୟକ କହିଥିଲେ । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସରଳ କରିବା ପାଇଁ ପ୍ରତ୍ୟେକ ସରପଞ୍ଚ ମାନେ ଲାଇସେନ୍ସ ମାଧ୍ୟମରେ ନୂତନ ଡିପୋ ଖୋଲି ଚାଉଳ ବଣ୍ଟନ କରିବା ପାଇଁ ପ୍ରତ୍ୟେକ ସରପଞ୍ଚ ମାନଙ୍କୁ ବିଧାୟକ ମତପ୍ରକାଶ କରିଥିଲେ । ଶେଷରେ ବିଭିନ୍ନ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ସମସ୍ତ ସରପଞ୍ଚ, ସମିଟିସଭ୍ୟ ଓ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.