ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

add-all

ଦାରିଙ୍ଗବାଡ଼ି, ୩୧/୦୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି, ଗଦାପୁର, ହାତିମୁଣ୍ଡା, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ ଓ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗ୍ରାମରୁ ସ୍ବେଛାସେବୀ, ଗ୍ରାମ ମୁଖିଆ, ବୁଦ୍ଧିଜୀବୀ, ବ୍ରାହ୍ମଣୀଗାଁ ବଜାର ବ୍ୟବସାୟ ଗୋଷ୍ଠୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଥାନା ଉପ ନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରାଇଟର ଅଶୋକ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.