ଡାକ୍ତରଙ୍କ ଅସଭ୍ୟ ବ୍ୟବହାର ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

add-all

ଚାନ୍ଦବାଲି : ଚାନ୍ଦବାଲି ଡାକ୍ତରଖାନାରେ ଷ୍ଟାଫ ନର୍ସଙ୍କୁ ଡାକ୍ତରଙ୍କ ଅସଭ୍ୟ ବ୍ୟବହାର, ଯୌନ ଲାଳସା ନେଇ ସମ୍ପୃକ୍ତ ଷ୍ଟାଫ ନର୍ସ ଚାନ୍ଦବାଲି ଥାନା ରେ ଏତଲା ଦେବା ପରେ ବୟାନ ରେକର୍ଡ କରି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନର୍ସ ଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବଦଳି କରି ଦିଆଯାଇଛି l ଏ ନେଇ ଆଜି କଂଗ୍ରେସ ଯୁବ ନେତା ହେମନ୍ତ ମହାପାତ୍ର ଓ ଛାତ୍ର କଂଗ୍ରେସ ସଭାପତି ସାହିଲ କlଦ୍ରି ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l ଉଲ୍ଲେଖ କରିଛନ୍ତି ଜେ ସମ୍ପୃକ୍ତ ଡାକ୍ତର ପ୍ରଚୁର ମଦ୍ୟ ପାନ କରି ଉପଯୁକ୍ତ ଚିକିତ୍ସା ନ କରି ବହୁ ଅଭିଯୋଗ ପରେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ l ମା କୁ ସମ୍ମାନ ପ୍ରଚାର କରୁଥିବା ବିଜେଡି ସରକାର ଏଭଳି ସମ୍ମାନ ଦେଉଛି ତାହା ନେଇ ଏହା ଏକ ଜୁଳନ୍ତ ନମୁନା ବୋଲି ସୂଚାଇ ଛନ୍ତି l ସାଧାରଣ ରେ ମଧ୍ୟ ମହିଳା ନର୍ସ ଙ୍କୁ ଏଭଳି ଘଟଣା ନେଇ ନିନ୍ଦା କରା ଯାଉଛି l ନର୍ସ ସଂଘ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି l

ad-week
Leave A Reply

Your email address will not be published.