
ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଲ ମଣିଷ ହୋଇ ଜେଲରୁ ମୁକୁଳିବେ ସମସ୍ତ କଏଦୀ, ଏହା ମୂଳ ପ୍ରୟାସ କହିଲେ ଓଡିଶା ଜେଲ ଡିଜି ମନୋଜ ଛାବ୍ରା
ବ୍ରହ୍ମପୁର : ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି ଓଡିଶା ଜେଲ ଡିଜି ମନୋଜ ଛାବ୍ରା।କାଳନ୍ତର ସଙ୍ଗଠନ ପକ୍ଷରୁ ହୋଇଥିବା ଜାତୀୟ ସ୍ତରର ଡ୍ୟାନ୍ସ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଜେଲ କଏଦୀ ଙ୍କ ପକ୍ଷରୁ ପ୍ରଦର୍ଶିତ ଡ୍ୟାନ୍ସ ପ୍ରଥମ ସ୍ଥାନ ଅଧିକାର କରିଛି।ଏହି ପରିପେକ୍ଷିରେ ବ୍ରହ୍ମପୁର ମଣ୍ଡଳ କାରାଗାର ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡିଜି ଶ୍ରୀ ଛାବ୍ରା ଯୋଗ ଦେଇ ଡ୍ୟାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ଙ୍କୁ ସମ୍ବର୍ଦ୍ଧନା କରିବା ସହିତ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ।ଏବଂ ଉକ୍ତ କଏଦୀମାନଙ୍କୁ ଉତ୍ସାହିତ କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା କହିଥିଲେ। ଓଡ଼ିଶାରେ ୮୭ଗୋଟି ଜେଲ ରହିଛି।ସମସ୍ତ ଜେଲ ମଧ୍ୟରେ ବ୍ରହ୍ମପୁର ଜେଲର ପ୍ରାଧ୍ୟାନ୍ୟ ରହିଛି।ଏହି2ଜେଲର ବିକାଶ ଦିଗରେ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।ଆଜିର ଗସ୍ତରେ ବ୍ରହ୍ମପୁର ଜେଲ ମଧ୍ୟରେ ଏକ୧୦୦ଜଣିଆ କଏଦୀ ରହିବା ଗୃହକୁ ଉଦଘାଟନ କରିଥିଲେ।ଏଥି ସହିତ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ନିମନ୍ତେ ମଧ୍ୟ ଏକ ୱାର୍ଡ ଉଦଘାଟନ କରିଥିଲେ।ବ୍ରହ୍ମପୁର ଜେଲରେ ୨୪ଜଣ ମାନସିକ ରୋଗାଗ୍ରସ୍ତ କଏଦୀ ରହିଛନ୍ତି।ସେମାନଙ୍କ ଚିକିତ୍ସା ଓ ସେବା ଶୁଶ୍ରୁଷା ନିମନ୍ତେ ଦୁଇଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି। ଭୁବନେଶ୍ୱର, ଚୌଦ୍ୱାର ଜେଲ ଭଳି ବ୍ରହ୍ମପୁର ଜେଲ ରେ ମଧ୍ୟ ବୈଷୟିକ ଜ୍ଞାନ କୌଶଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଜଣେ କଏଦୀ ଭଲ ମଣିଷ ହୋଇ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି।ଏହା ସହିତ ଆଗାମୀ ଦିନରେ ବ୍ରହ୍ମପୁର ମଣ୍ଡଳ କାରାଗାର ମଧ୍ୟରେ ବିଉଟିପାର୍ଲର ,ସେଳୁନ, ଚିତ୍ରକଳା, ଗୀତ ସଙ୍ଗୀତ, ନୃତ୍ୟ, ଏଫ ଏମ ରେଡ଼ିଓ ଆଦିର ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି ଶ୍ରୀ ଛାବ୍ରା ସୂଚନା ଦେଇଛନ୍ତି।ବ୍ରହ୍ମପୁର କାରାଗାର ମଧ୍ୟରେ ୮୫୧ ଜଣ କଏଦୀ ରହୁଛନ୍ତି।ସେମାନଙ୍କ ମଧ୍ୟରୁ ପାଖାପାଖି ୧୭୦ଜଣ ଦଣ୍ଡ ପାଇଥିବା ବେଳେ ଅନ୍ୟମାନେ ବିଚାର ଧୀନ କଏଦୀ ରହିଛନ୍ତି।ସମସ୍ତ କଏଦୀ ନିଜ ମନକୁ ପରିବର୍ତ୍ତନ କରି କିଭଳି ଜଣେ ମଣିଷ ହେବେ ଏବଂ ଜେଲରୁ ମୁକୁଳିବା ପରେ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହୋଇ ନିଜକୁ ସ୍ୱଭାଲମ୍ବୀ କରି ପାରିବେ ସେ ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି।ଏହି ଅବସରେ ଜେଲ ଡ଼ିଆଇଜି ଗରିବ ସାହୁ, ଜେଲ ଅଧିକ୍ଷକ ଧୀରେନ୍ଦ୍ର କୁମାର ବାରିକ, ଜେଲର ସତ୍ୟନାରାୟଣ ବେହେରା ଙ୍କ ସହିତ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଙ୍କ ସମେତ ଜେଲ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।