ବିଶ୍ୱ ତମାଖୁ ଦିବସ ପାଳିତ

add-all

ଫୁଲବାଣୀ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ତମାଖୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି lଏହି ଅବସରରେ କନ୍ଧମାଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଫୁଲବାଣୀ ସଦରମହକୁମା ଚିକିତ୍ସାଳୟର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ମିଳିବ ଭାବେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l

ପ୍ରାପ୍ତ ସୂଚନାନୁଯାୟୀ ଏହି ବିଶ୍ୱ ତମାଖୁ ଦିବସ ପାଳନ ଅବସରରେ ଆୟୋଜକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ତରଫରୁ” ଆମେ ଖାଦ୍ୟ ଚା ହୁଁତମାଖୁ ନୁହେଁ” ଶିରୋନାମା ରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଫୁଲବାଣୀ ପଲି ଟେକନିକ ଅନୁଷ୍ଠାନର ଷଷ୍ଠ ସେମିଷ୍ଟାର ଛାତ୍ର ଦିବ୍ୟ ରଞ୍ଜନ ପାତ୍ର ଦ୍ୱିତୀୟ ସ୍ଥାନ ହାସଲ କରି ଅନୁଷ୍ଠାନର ଗୌରବ ବଜାଇ ରଖିଛନ୍ତି l ଏ ନେଇ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ତରରୁ ଶୁଭେଚ୍ଛାର ସୁଅ ଛୁଟିଛି l ଆଗରୁ ଏପରି ସେ ଅନେକ ସ୍ଥାନରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିଲ୍ଲାକୁ ଗୌରବ ଆଣିଛନ୍ତି l

ad-week
Leave A Reply

Your email address will not be published.