ଘୁର୍ଣ୍ଣିଝଡ଼ର ପ୍ରକୋପ : ସତିଗୁଡ଼ା ଡ୍ୟାମରେ ଡଙ୍ଗା ବୁଡି ଦୁଇ ନିଖୋଜ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସହିତ ବିଦ୍ୟୁତ ସରବରାହ ଠପ୍ ରହିଛି। ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାର ଠାରେ ମତ୍ସ୍ୟଜୀବୀ ଙ୍କ ଡଙ୍ଗା ବୁଡିରେ ୨ଜଣ ନିଖୋଜ ଖବର ସାମ୍ନାକୁ ଆସିଛି। ଅପରାହ୍ନ ସମୟରେ ମାଛ ଧରିବା ପାଇଁ ଯାଇଥିବା ବେଳେ ପ୍ରବଳ ଝଡ଼ ପବନ ଆରମ୍ଭ ହୋଇଥିଲା। ତେବେ ଡଙ୍ଗା ବୁଡି ଏପର୍ଯ୍ୟନ୍ତ ୨ଜଣ ନିଖୋଜ ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଅଗ୍ନିଶମ ପକ୍ଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ପରେ ନିରାଶ ହୋଇଛନ୍ତି। ଅନ୍ଧାର ହୋଇଥିବା ଫଳରେ ଆସନ୍ତା କାଲି ପୁଣି ଖୋଜା ଚାଲିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.