
ବ୍ରହ୍ମପୁର : ଏମ୍.କେ.ସି.ଜି ର ମୁଖ୍ୟ ଫାଟକ ସର୍ବସାଧାଣଙ୍କ ସକାସେ ଚବିଶି ଘଂଟିଆ ଖୋଲାଯାଉ ଓ ପର୍କିଙ୍ଗ ନାମରେ ଅର୍ଥ ଅଦାୟକୁ ସମ୍ପୁର୍ଣ ବନ୍ଦ କରିବା ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଦାବି ପତ୍ର ଆରଡିସି ଙ୍କୁ ପ୍ରଦାନ କରାଯାଇଛି।
-ଏ-ମ୍.କେ.ସି.ଜି. ମେଡ଼ିକାଲ ପ୍ରଶାସନ ଦୀର୍ଘ ୧୦ ବର୍ଷ ହେଲା ନିଜର ଇଛା ନିଜର ସୁବିଧା ସକାଶେ ମନଇଛି। ନିଷ୍ପତି ନେଉଛନ୍ତି। ଯାହା ଜନସାଧାରଣ ତଥା ରୋଗୀ ଏବଂ ରୋଗୀ ସମ୍ପର୍କୀୟ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ମେଡ଼ିକାଲ ଗେଟ୍ ଟି ବନ୍ଦ କରିଦିଆଗଲା। ମାନ୍ୟବର ହାଇକୋର୍ଟ ଏହି ଗେଟ୍ କୁ ଖୋଲିବାପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବର୍ତମାନ ଦୀର୍ଘ ୪ ରୁ ୫ ଦିନ ହେଲା ରାତ୍ର ୧୦ ଘ. ସମୟରେ ମେଡ଼ିକାଲ ମୁଖ୍ୟ ଗେଟ୍ ବନ୍ଦ କରାଯାଉଛି। ଏହି ସମୟରେ ଆମ୍ବୁଲାନ୍ସ ଓ ରୋଗୀଙ୍କୁ ଚିହ୍ନଟକରି ସେଠାରେ ଉପସ୍ଥିତ ଥିବା ସ୍ଵୀକ୍ୟୁରିଟି ଗାର୍ଡ଼ମାନେ ମେଡ଼ିକାଲ ମଧ୍ୟକୁ ଛାଡୁଛନ୍ତି ।ରୋଗୀଙ୍କ ସମ୍ପର୍କୀୟମାନଙ୍କ ସକାଶେ ଖାଦ୍ୟ, ଗରମ ପାଣି , ହର୍ଲକ୍ ଇତ୍ୟାଦି ଖାଦ୍ୟ ନେବାରେ
ରୋଗୀଙ୍କ ସମ୍ପର୍କୀୟମାନେ ନାନା ହଇରାଣ ହରକତ ହେଉଛନ୍ତି, ଦୁର୍ଘଟଣା ଗ୍ରସ୍ତ ଅତି ଜରୁରୀ ପରିସ୍ଥିତିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଖବର ଶୁଣି ଦୌଡ଼ି ଦୌଡ଼ି ରୋଗୀଙ୍କ ପାଖକୁ ଆସିଥିବା ସମୟରେ ସିକ୍ୟୁରିଟି ଗାର୍ଡ ମାନେ ମେଡ଼ିକାଲ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି।
ଜରୁରୀକାଳୀନ ଚିକିତ୍ସା ବିଭାଗରେ ବିଭାଗୀୟ ମୁଖ୍ୟ ଡ଼ାକ୍ତର ରହିବା କଥା କିନ୍ତୁ ଏହିମାନେ ରହୁନାହାଁନ୍ତି । ଏଥି ସକାଶେ ଛୋଟବଡ଼ ବଚଶା ହୋଇଥାଏ । ଡ଼ାକ୍ତରମାନଙ୍କର ନସିଂ ହୋମ୍ ଗୁଡ଼ିକ ସହ ସିଧା ସମ୍ପର୍କ ଥିବାରୁ ଏହି ଏମ୍.କେ.ସି.ଜିର ମୁଖ୍ୟ ଗେଟ୍ ବନ୍ଦ ହେଲେ ନସିଂ ହୋମ୍ ଗୁଡ଼ିକର ବ୍ୟବସାୟ ବଢ଼ିବ ବୋଲି ଅଭିଯୋଗ କରିଛି ବିଜେପି। । ମେଡ଼ିକାଲରେ ସରକାରଙ୍କ ତରଫରୁ ସମସ୍ତ ମାଗଣା ବ୍ୟବସ୍ଥା ଥିବା ସମୟରେ ପାର୍କିଂଗ ନାମରେ ଅର୍ଥ ଆଦାୟ କରୁଛନ୍ତି । ଏଣୁ ଆମର ଦାବୀ ଓ ଅନୁରୋଧ ଏମ୍.କେ.ସି.ଜି ର ମୁଖ୍ୟ ଫାଟକ ସର୍ବସାଧାଣଙ୍କ ସକାସେ ଚବିଶି ଘଂଟିଆ ଖୋଲାଯାଉ ଓ ପାର୍କିଂଗ ନାମରେ ଅର୍ଥ ଅଦାୟକୁ ସମ୍ପୁର୍ଣ ବନ୍ଦ କରାଯାଉ। ଯଦି ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଉପସଭାପତି ରାମ କୁମାର ପାତ୍ର ଚେତାବନୀ ଦେଇଛନ୍ତି।