ପୁଅ ର ଧାରୁଆ ଅସ୍ତ୍ର ର ମାଡ ରେ ଜନ୍ମକଲା ମା ଗୁରୁତ୍ତର

add-all

ମାଲକାନଗିରି : କାଲିମେଳା ବ୍ଲକ୍ ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି ୩୬ ଗ୍ରାମରେ ପୁଅ ର ଧାରୁଆ ଅସ୍ତ୍ର ର ମାଡ ରେ ଜନ୍ମକଲା ମା ଗୁରୁତ୍ତର। ଗୁରୁତ୍ତର ଅବସ୍ତା ରେ ଦେଖି ଗ୍ରାମବାସୀ ଉଦ୍ଧାର କରି କାଲିମେଳା ମେଡିକାଲ କୁ ନେଇଥିଲେ।କାଲିମେଳା ରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତ୍ତର ହୋଇଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ଏମ ପି ଭି ୩୬ ଗ୍ରାମର ଚନ୍ଦନ ମଣ୍ଡଲ ନିଜ ମାଁ ସୁଜଳା ମଣ୍ଡଳ ସହ କୌଣସି କାରଣ ବଶତଃ ବଚସା ହେବାରୁ ଏକ ଧାରୁଆ ଅସ୍ତ୍ରରେ ନିଜ ମାଁ କୁ ଆକ୍ରମଣ କରିଥିଲା।ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଗୁରୁତ୍ତର ମାଁ କୁ ଉଦ୍ଧାର କରି ମେଡିକାଲ ନେଇଥିଲେ।ଖବର୍ ପାଇଁ ମୋଟୁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବା ସହିତ ଏ ନେଇ ମୋଟୁ ଥାନା ରେ ଏକ ମାମାଲା ରୁଜୁ ହୋଇଥିବା ବେଳେ ଏହା ନେଇ ମୋଟୁ ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ଏହି ଭଲି ଆକ୍ରମଣ କରିବାକୁ ପୁଅ ଚେଷ୍ଟା କରିଥିବା ଥାନା ଅଧିକାରୀ ସୁନୀଲ କୁମାର ସୋରେନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.