ମାଲକାନଗିରି ଉପ କାରାଗାର ରେ ବିଦ୍ୟୁତ ଚୋରି ଘଟଣା । ଜେଲ କର୍ତୁପକ୍ଷଙ୍କୁ କାରଣ ଦର୍ଶାନ ନୋଟିସ୍…

add-all

ମାଲକାନଗିରି : ଜିଲ୍ଲା ସଦର ମହକୁମା ଉପକାରାଗାର କର୍ତୁପକ୍ଷଙ୍କୁ ଜୟପୁର ଟିପିଏସଓଡିଏଲ ବିଦ୍ୟୁତ ବିଭାଗ ତରଫରୁ ଜରିମାନା ସହ କାରଣ ଦର୍ଶାନ ନୋଟିସ ଜାରି କରା ଯାଇଛିା ସୁଚନା ମୁତାବକ ମାଲକାନଗିରି ଉପକାରାଗାରରେ ୨୦ କିଲୋୱାଟ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛିା କିନ୍ତୁ ଉପକାରାଗାରରେ ୨୦ କିଲୋୱାଟରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରାଯାଇ ସରକାରଙ୍କ ଟିକସ ଫାଙ୍କିବା ପାଇଁ ଯୋଜନା କରିଥିଲୋ ଉପକାରାଗାର କର୍ତୁପକ୍ଷ ହୁକ୍ ପକାଇ ଅନ୍ୟ ଏକ ବାଟରେ କାରାଗାର ଭିତରକୁ ବିଦ୍ୟୁତ୍ ନେଇଥିଲୋ ନିୟମ ଅନୁସାରେ କିଛି ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ଚୋରାରେ ମଧ୍ୟ ବିଦ୍ୟୁତ୍ ବ୍ୟବହାର କରୁଥିଲୋ ସେଥିରେ ଲାଇଟରୁ ଆରମ୍ଭ କରି ଫ୍ୟାନ୍‌, ଏ.ସି ଆଦି ବ୍ୟବହାର କରା ଯାଉଥିଲ।। ଏ ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଟିପିଏସଓଡିଏଲ ଭିଜିଲାନ୍ସ ଏଣ୍ଡ ଏନଫୋର୍ସମେଂଟ ସେଲ ନିର୍ୱାହୀ ଯନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗୋଟିଏ ଟିମ୍ ଗତ ୧୮ ତାରିଖ ମାଲକାନଗିରି ଉପକାରାଗାର ଭିତରେ ଯାଞ୍ଚ କରିଥିଲୋ ଉପକାରାଗାର କର୍ତୁପକ୍ଷ ହୁକ୍ ଲଗାଇ ବିଦ୍ୟୁତ ବ୍ୟବହାର କରୁଥିବା ନେଇ ଏନଫୋର୍ସମେଂଟ ଟିମ୍ ଦେଖିବାକୁ ପାଇଥିଲୋ ଉପକାରାଗାରରେ ଚୋରାରେ ୧୫.୨୫ କିଲୋୱାଟ ବିଦ୍ୟୁତ୍ ବ୍ୟବହର କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲୋ ଏ ନେଇ ଉପକାରାଗାରକୁ ୬,୨୯,୧୪୦ ଟଙ୍କା ଜରିମାନା ଦେବାକୁ ବିଦ୍ୟୁତ୍ ବିଭାଗ ତର ଫରୁ ଚିଠି କରିବା ସହ ଏହି ଚିଠି ପାଇବାର ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କାରାଗାର କର୍ତୁପକ୍ଷଙ୍କୁ ଚିଠି କରା ଯାଇଥିବା ଜଣାପଡିଛିା

ad-week
Leave A Reply

Your email address will not be published.