ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ୫ଦିନିଆ ରଜ ମହୋତ୍ସବ

add-all

ଫୁଲବାଣୀ (୧୫।୬) : ଫୁଲବାଣୀର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଫୁଲବାଣୀ ରେ ପ୍ରଥମ ଥର ପାଇଁ ୫ଦିନିଆ ରଜ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଉଦଘାଟିକା ଭାବରେ କନ୍ଧମାଳ ଜିଲ୍ଲାପାଳଙ୍କ ସହଧର୍ମିଣୀ ଡ. ରୁଚିକା ପାଟିଲ ଏବଂ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସହଧର୍ମିଣୀ ତଥା ଭଞ୍ଜନଗର ବନଖଣ୍ଡ ଅଧିକାରୀଣୀ ଭି.ବିପାଶା ଯୋଗ ଦେଇ ରଜ ଦୋଳି ର ଶୁଭାରମ୍ଭ କରିଥିଲେ।

ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା, ରଜ ପର୍ବ ରେ ଓଡିଶାର ସଂସ୍କୃତି ତଥା ପାରମ୍ପରିକ ପିଠାପଣା ଓ ଝିଅ ମାନଙ୍କ ଖେଳକୁଦ ସମେତ ପୌରାଣିକ ମତ ଅନୁସାରେ ଧରିତ୍ରୀ ମାଙ୍କର ରଜସ୍ବଳା ହେବା ପ୍ରସଂଗ ବିଷୟରେ ଅତିଥି ମାନେ କହିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜାମୁଝରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଦାସ ଓ ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସଞ୍ଜିତା ପ୍ରଧାନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡ.କାହ୍ନୁଚରଣ ଶତପଥି ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସଦସ୍ୟା ବୈଜୟନ୍ତୀ ମାଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସେଠାରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛୋଟ ଛୋଟ ପିଲା ମାନଙ୍କର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅବସରରେ ସେଠାରେ ପିଲା ମାନଙ୍କ ପ୍ରତିଯୋଗିତା ପିଠା ପ୍ରସ୍ତୁତ,ହୁଳହୁଳି, ଶଙ୍ଖ ଫୁଙ୍କିବା,ପୁଚି ଖେଳ ଓ ଦଉଡି ଡିଆଁ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯିବ। କୃତି ପ୍ରତିଯୋଗୀମାନଙ୍କୁ ସେହି ଦିନର ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସଭାପତି କହିଛନ୍ତି।

ad-week
Leave A Reply

Your email address will not be published.