ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି

ଭୁବନେଶ୍ବର: ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ। ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେବା ପରେ ଏହା କହିଛନ୍ତି ଭକ୍ତ ଚରଣ ଦାସ। ସେ ଆହୁରି କହିଛନ୍ତି, ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ…

ବିଧାନସଭାରେ ମାହାଙ୍ଗା ଝଡ, ଅରୁଣ-ସାରଦାଙ୍କ ଭିତରେ କଥା କଟାକଟି

ଭୁବନେଶ୍ଵର: ସରକାରଙ୍କୁ ମହଙ୍ଗା ପଡିଲାଣି ମାହାଙ୍ଗା ପ୍ରସଙ୍ଗ । ବିଧାନସଭାରେ କଥା କଟାକଟି ହେଲେ ଶାସକ ଓ ବିରୋଧି ଗୋଷ୍ଠୀ । ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ବିଧାନସଭା ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ମୁହାଁମୁହିଁ ହୋଇଛନ୍ତି ଅରୁଣ ଏବଂ…

KIIT ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବା ସହ ମିଡ ସେମିଷ୍ଟର ପରୀକ୍ଷା ଘୁଞ୍ଚାଯିବ : ଉଚ୍ଚଶିକ୍ଷା…

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଥିଲା କିଟ ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ । ସରକାରଙ୍କ ପକ୍ଷରୁ ୪ଟି ୨୪ ଘଣ୍ଟିଆ ହେଲପ ଲାଇନ ଖୋଲାଯାଇଛି । କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।…

ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିପୁରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସାଂସଦ ପପୁ ଯାଦବଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ବିହାରର ପୁର୍ଣ୍ଣିୟା ସାଂସଦ ‌ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦୁଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଦବଙ୍କ…

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି…

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ବର: କାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଥମ ଥର ପାଇଁ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ଆସନ୍ତାକାଲି ଠାରୁ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇ ଆସନ୍ତା…

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ, ଜିତିବ ଏହି ଦଳ

ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହୋଇସାରିଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ପରେ ସେ ଚାକିରି କରିବାକୁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। ଏବେ ଅଭୟ ସିଂହ ଇଣ୍ଟରନେଟରେ…

ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, ମିଳିପାରେ ଜାତୀୟ ମାନ୍ୟତା!

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାଙ୍କୀ…

ସୈତାନ ସାଜିଲା ସାନ ଭଉଣୀ: ଫିଲ୍ମ ଷ୍ଟାଇଲରେ ବଡ଼ ଭଉଣୀ ସହ ପ୍ରେମିକକୁ କଲା ହତ୍ୟା

ରାଉରକେଲା: ତାରିଖ ହେଉଛି ଫେବୃଆରୀ ମାସ ୧୨ ତାରିଖ । ସମୟ ପ୍ରାୟ ଦୁଇଟା ରୁ ତିନିଟା ହେବ । ସ୍ଥାନ ଚାନ୍ଦିପୋଷ ଥାନା କୁମାକେଲା ଓଭରବ୍ରିଜ୍ । ବ୍ରିଜ୍ ନିକଟରେ ଲୋକେ ଯିବା ଆସିବା କରିବା ବେଳେ ଦେଖିବାକୁ ମିଳିଥିଲା ଜଣେ ମହିଳାଙ୍କ ଦରପୋଡା ମୃତଶରୀର । ତେବେ ମୃତ ମହିଳା ଜଣକ ଥିଲେ…

ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି…