୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ବାଲେଶ୍ଵର: ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ନୀଳଗିରି, ଜଳେଶ୍ଵର ଓ ଗୋପାଳପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗୋପାଳପୁର ଥାନା ଜୁଣିଆ ଠାରେ  ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ, ଯାହାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ଜବତ କରାଯାଇଛି। ଏଥିରେ

ମଧ୍ୟାହ୍ନ ଭୋଜନ ଖାଇ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ବର: ଜିଲ୍ଲାର ସୋର ବ୍ଲକ ଶିରାପୁରସ୍ଥିତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ‌ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନରେ ପିଲାଙ୍କୁ ମଧ୍ୟାହ୍ନ

ତାନ୍ତ୍ରିକ ନିଖୋଜ: ମହିଳା ଅଟକ, ପୁଲିସର ଛାନ୍‌ଭିନ୍‌ ଜାରି

ପୁରୀ: ହନୁମାନ ପଇସା କାରବାରରୁ ଅପହରଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ତାନ୍ତ୍ରିକ ଗଦାଧର ନିଖୋଜକୁ ୨୪ ଘଣ୍ଟା ପୂରିଲା। ନିଖୋଜ ଗଦାଧର ନିଶଙ୍କ ପତ୍ତା ମିଳୁନଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଗଦାଧର ଜଣେ ତାନ୍ତ୍ରିକ ହୋଇଥିବାରୁ ନିଖୋଜ

ଯେତେ ଖୋଳିଲେ ସେତେ ବାହାରୁଛି: ଗିରଫ ପ୍ରଭାସଙ୍କର ଆଉ ୨୦ଟି ପ୍ଲଟ ଠାବ, ୧୦୫ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ବର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ଏହି ୨୦ଟି ପ୍ଳଟ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଠାବ

ଆଠଗଡ଼ ବିଡିଓ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

ଭୁବନେଶ୍ବର : ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଗତକାଲି ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର,

ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା

ନୂଆଦିଲ୍ଲୀ: ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି ।ଏହି ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ

କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା

ଅବସର ନେବା ପରେ ରାଜନୀତିକୁ ଆସନ୍ତୁ ନାହିଁ, ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଏଭଳି କହିଲେ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ବିଚାରପତିମାନଙ୍କୁ ନେଇ ଅନେକ ସମୟରେ କଥା ଉଠିଯାଏ ଯେ ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ନୁହେଁ | ଗତ କିଛି ବର୍ଷ ମଧ୍ୟରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବଡ ବିଚାରପତି ରାଜନୀତିରେ ଯୋଗ ଦେଇଥିବା ଦେଖାଯାଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବରିଷ୍ଠ

ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଏକ ନୋଟିସରେ ଜାରି କରାଯାଇଛି।ଭାରତୀୟ

ଦେବୀ ପାର୍ବତୀଙ୍କ ପର୍ବ ପୋଷ୍ଟରରେ ଆମେରିକା ପର୍ଣ୍ଣ ଷ୍ଟାରଙ୍କ ଫଟୋ

ନୂଆଦିଲ୍ଲୀ : ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ। ଏହି କାରଣକୁ ନେଇ ତାମିଲନାଡୁର କାଞ୍ଚିପୁରମରେ ବିବାଦ ସୃଷ୍ଟି ହୋଇଛି। ଦେବୀ ପାର୍ବତୀଙ୍କ ପୂଜା ପାଇଁ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଲାଗିଥିଲା ମିଆ