ରାଏବଗାରେ ଅଭାବନୀୟ ଘଟଣା: ପୋଖରୀରେ ବୁଡ଼ି ମହିଳା ମୃତ, ମୃଗୀ ରୋଗ ସନ୍ଦେହ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନସ୍ଥ ମୋଝାପୋଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ବାସନ୍ତୀ ସୋରେନ୍ (୩୬)।

ରାଇଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଉମରକୋଟ/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା ଇନ୍ଦ୍ରନଗର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା

ପୁରୀ ଦୁର୍ଘଟଣାର ପ୍ରଭାବ: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିର ସଭାପତି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କେବଳ ସଭାପତି ନିର୍ବାଚନ ନୁହେଁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି।

ଅତିରିକ୍ତ ଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ

କଟକ: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ଦୁର୍ଘଟଣା ପରେ ରାଜ୍ୟ ସରକାର ଏକ ବଡ଼ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଚଳିତ ବର୍ଷ ରଥଯାତ୍ରାର ସୁରକ୍ଷା ଓ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏଥିସହ

ଶରଧାବାଲି ଦଳାଚକଟା: ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତିଙ୍କ ଆହ୍ୱାନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଶନିବାର ରାତିରେ ଘଟିଥିବା ଦଳାଚକଟା ଘଟଣାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ଖବରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ମର୍ମାହତ ହୋଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଗଜପତି ମହାରାଜ ନିଜର ଶୋକ ପ୍ରକାଶ

ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି। ଏଥି ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଵିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ

ତୃଣମୂଳ କଂଗ୍ରେସରେ କନ୍ଦଳ ଚରମରେ: ମହୁଆଙ୍କୁ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆଇନ କଲେଜ ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛି। ଏକ ବିବାଦୀୟ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଆସନ୍ତାକାଲି, ଅର୍ଥାତ୍ ଜୁନ୍ ୩୦, ୨୦୨୪ (ସୋମବାର) ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣା ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି

“ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତୁ ନାହିଁ”: ବସ୍ତି ଭଙ୍ଗାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସ୍ତି ଭଙ୍ଗାକୁ ବିରୋଧ କରି ଆମ ଆଦମୀ ପାର୍ଟି (ଆପ୍) ଆଜି ଜନ୍ତର ମନ୍ତରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ