କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିଶୁ ଉଦ୍ୟାନ ନିକଟ ଦେଇ ଯାଇଥିବା ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକଙ୍କ ନାମ ବିପିନ ସେଠୀ(୩୫) ଓ ତାଙ୍କ ଘର ପୁରୀ ଜିଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଗଡ଼ିଶାଗଦା ନଈକୂଳପାଟଣା ଗ୍ରାମରେ…

ଦ୍ବାଦଶ ଶ୍ରେଣୀ ବଦଳିଲା ପ୍ରଶ୍ନପତ୍ର ଢ଼ାଞ୍ଚା, ଏଣିକି ୮୦:୨୦ ଅନୁପାତରେ ଦେବାକୁ ପଡ଼ିବ ବାର୍ଷିକ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ଦ୍ବାଦଶ…

ବିବାହ ପାଇଁ ବିକି ଦେଇଥିଲେ: ରାଜସ୍ଥାନରୁ ଉଦ୍ଧାର ହେଲେ ଓଡ଼ିଶାର ୨ ନାବାଳିକା

କୁତ୍ରା: ଏକ ମୋବାଇଲ କଲ୍‌କୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଯୁବତୀଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି କୁତ୍ରା ପୁଲିସ। ଓଡ଼ିଶାର ୨ ଜଣ ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିବା ସହିତ ଏହି ମାମଲାରେ ସୁନ୍ଦରଗଡ଼ ଜିଲ୍ଲାର ୬ ଜଣ ଓ ରାଜସ୍ଥାନର ୨ ଜଣଙ୍କୁ ଗିରଫ କରିଛି। ଗିରଫ…

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି…

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଆଜି ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସବୁ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନେଇ ଆସନ୍ତା ୨୨ତାରିଖରେ ହେବାକୁ…

ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ

ଭୁବନେଶ୍ବର : ରାଜ୍ୟରେ ୨ ହଜାର ୯୮ ହାତୀ ଓ ୨୭ଟି ମହାବଳ ବାଘ ଅଛନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦…

ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମରେ ଜନସଂପର୍କ ଶିବିର

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରବଣ ତଥା ଦୁର୍ଗମ ଦୁଲେରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ସିଆରପିଏଫର ଦ୍ବିତୀୟ ବାଟାଲିୟନ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କମାଣ୍ଟାଣ୍ଟ ରତିକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ବେଆଇନ ମଦ କାରବାରରେ ଲିପ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡ଼ିଥିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ…

ବିଷାକ୍ତ ମଦ ଟ୍ରାଜେଡି; ମାଫିଆଙ୍କୁ ମିଶାଇ ୭ ଗିରଫ…

ବ୍ରହ୍ମପୁର // ଚିକିଟି : ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୁଲିସ୍‌।ଦିଗପହଣ୍ଡି ଅଞ୍ଚଳର ମଦ ମାଫିଆ…

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ ଓ ଆଲମିରା

ପୁରୀ : ଆସନ୍ତା ୨୩ ତାରିଖରେ ମହାପ୍ରଭୁଙ୍କ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡ଼ିକ ସ୍ଥାନାନ୍ତରଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହେବ। ଖାଲି ଆଲମିରା ଓ ସିନ୍ଦୁକ ଗୁଡିକୁ…