ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଅଭାବନୀୟ ଘଟଣା। ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ୬୨ ବର୍ଷୀୟ ନାରଣ ପ୍ରଧାନ ଓ ୪୨ ବର୍ଷୀୟ ସରୋଜ ଜେନା। ଜୟମଙ୍ଗଳ ଗାଁର ନାରାୟଣ ପ୍ରଧାନ ଓ ସରୋଜ ଜେନା ବିଲରୁ କାମ ସାରି ଘରକୁ ଫେରୁଥିଲେ।…

ରିଆସୀ ଆତଙ୍କବାଦୀ ଘଟଣା : ରାଜୌରୀର କେତେକ ସ୍ଥାନରେ ଏନଆଇଏର ଚଢଉ

ଜମ୍ମୁ : ରିଆସୀ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ରବିବାର (୩୦ ଜୁନ୍ ୨୦୨୪) ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ୨୦୨୪ ଜୁନ୍ ୯ ତାରିଖ ସନ୍ଧ୍ୟାରେ ରିୟାସି ଜିଲ୍ଲାର ପାଉନେ ଅଞ୍ଚଳର ଶିବଖୋରୀରୁ କଟ୍ରା ଅଭିମୁଖେ…

ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ଆସିବ ରେଳ ପ୍ରୋଜେକ୍ଟ: ଅଶ୍ଵିନୀ

ଭୁବନେଶ୍ବର: ଭୁବନେଶ୍ୱରରେ ଆୟୋଜିତ ବିଜେପିିର ବିଜୟ ସମ୍ବର୍ଦ୍ଧନା ସଭାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡିଶାକୁ ୧ ଲକ୍ଷ କୋଟିର ପ୍ରକଳ୍ପ ଦିଆଯିବାକୁ ନେଇ ଘୋଷଣା କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାଲିଠୁ ଖୋଲିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୧ ତାରିଖରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କର ଅଭିଯୋଗ ଶୁଣିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେ ନେଇ ସ୍ଥିତି ପରଖିଥିଲେ…

‘ମନ୍‌ କୀ ବାତ୍‌’ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଶୀର୍ବାଦ କାମନା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରବିବାର ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ବଖାଣିଛନ୍ତି ମୋଦି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଦେଶବାସୀଙ୍କ ପାଇଁ…

ସକ୍ରିୟ ଲଘୁଚାପ: ଆଉ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଆହୁରି ୨ଦିନ ଯାଏଁ ରାଜ୍ୟରେ ଏପରି ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର…

ମା’ଙ୍କ ନାଁରେ ଲଗାନ୍ତୁ ଗଛ, ଅପିଲ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ବଧାଇ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ…

ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  l ଆଜି ଅପରାହ୍ଣରେ ଲୋକସେବା ଭାବନରେ ଶ୍ରୀ ଆହୁଜା ଅବସରଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି  l ୧୯୯୦…

ପଶ୍ଚିମବଙ୍ଗରେ ସରିଆ କୋର୍ଟ ଚାଲିଛି : ଭିଡିଓ ସେୟାର କରି ମମତାଙ୍କୁ ଟାର୍ଗେଟ୍ କଲେ ଅମିତ ମାଲବ୍ୟ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କରିଆସୁଛି। ଆଜି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ସୋସିଆଲ ମିଡିଆ…

ପେପର୍ ମିଲ୍‌ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବଲାଙ୍ଗିର: ପେପର ମିଲରେ ଭୟାଭୟ ଅଗ୍ନିକାଣ୍ଡ। ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର ମିଲ୍‌ରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା। କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ…