ଇଡି ହେପାଜତରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲେ କେଜ୍ରିୱାଲ

ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଖରାଦିନ ଆସୁଥିବାରୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କେଜ୍ରିୱାଲ।

ସମ୍ବଲପୁର ଦେଖିବ ବିଗ୍ ଫାଇଟ : ଧର୍ମେନ୍ଦ୍ର ବନାମ ପ୍ରଣବଙ୍କ ଭିତରେ ହୋଇପାରେ କଡ଼ା ମୁକାବିଲା

ଭୁବନେଶ୍ୱର: ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ବସିଥିବା ବୈଠକରେ ଏନେଇ ସଙ୍କେତ

ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା

କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ ଅନାଥ ହୋଇଗଲା ଏହି କୁନି ଶିଶୁଟି । ହଁ ଆଜ୍ଞା ଏ ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି

ଲୋକସଭା ନିର୍ବାଚନ: ଆଉ ୪୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ଶନିବାର କଂଗ୍ରେସ ପକ୍ଷରୁ ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ ନାଁ ରହିଛି। ଦଳର କେତେକ ବଡ଼ ନେତାଙ୍କ ନାଁ ଏହି

ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ୩ ଥର ପୋଲିସ ଉପରକୁ କରିଥିଲେ ମରଣାନ୍ତକ ଆକ୍ରମଣ

ବାଙ୍କୀ : କାବୁ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ କାବୁ କଲା ପୋଲିସ । ୩ ଥର ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ସରୋଜ ଦାସ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ସରୋଜ। କଟକ ତାଳବସ୍ତ ଫାଣ୍ଡି ପଦନପୁର ଗାଁ ନିକଟରୁ

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।

ଭଣ୍ଡ ତାନ୍ତ୍ରିକର ଠକାମୀର ଶିକାର ହେଲେ ଉମରକୋଟ ସୁନା ବ୍ୟବସାୟୀ….

ଉମରକୋଟ, ସପ୍ର (୨୪/୦୩/୨୦୨୪) ଭଣ୍ଡ ତାନ୍ତ୍ରିକର ଠକାମିର ଶିକାର ହୋଇଛନ୍ତି ଉମରକୋଟର ଜଣେ ସୁନା ବ୍ୟବସାୟୀ। ସୁନା ବ୍ୟବସାୟୀଙ୍କୁ ଠାରୁ ସୁନା ରୁପା ତମ୍ବା ଧରି ଫେରାର ହୋଇଯାଇଛି ଭଣ୍ଡ ତାନ୍ତ୍ରିକ। ମିଳିଥିବା ସୂଚନା ଅନୁସାରେ ପ୍ରଭାକର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଉମରକୋଟ ପୁରୁଣା

ନିମଖଣ୍ଡି ଟାଟା ପାୱାର ର କନିଷ୍ଟ ଯନ୍ତ୍ରୀ ଓ ତାଙ୍କ କର୍ମଚାରୀ ଙ୍କ ଦାଦା ଗିରି ଲୋକେ ଅତିଷ୍ଟ…!

ବ୍ରହ୍ମପୁର: ୨୪-୩ ବ୍ରହ୍ମପୁର ନିକଟରେ ଥିବା ନିମଖଣ୍ଡି ଟାଟା ପାୱାର ରେ ଖାଉଟିଙ୍କ ହାରି ଗୁହାରି ଶୁଣିବାକୁ କିଏ ନାହିଁ। ସେଠାରେ ଥିବା କନିଷ୍ଟ ଯନ୍ତ୍ରୀଙ୍କ "ତାନାସାହି " ଯୋଗୁଁ ଲୋକେ ଅତିଷ୍ଟ ହୋଇଥିବା ଚର୍ଚ୍ଚା ହେଲାଣି। ବାବୁଙ୍କ ଇଚ୍ଛା ରେ ଖାଉଟି ଙ୍କ ବିନା କାରଣ ଓ ବକେୟା ନଥିଲେ

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଶତୃଘ୍ନ କର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।ଏହି ବୈଠକରେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ

୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖ ରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରଶାସନ