କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ବର: ଶଙ୍ଖ ଛାଡ଼ିଲେ, ହାତ ଧରିଲେ । ୩ ଦିନ ତଳେ ବିଜେଡି ଛାଡ଼ିଥିଲେ, ଆଜି କଂଗ୍ରେସରେ ମିଶିଲେ ବାଲେଶ୍ବର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ସୁଦର୍ଶନ ଜେନା । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି

JNUରେ ଚାରି ବର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା

ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍‌ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ । ଜେଏନ୍‌ୟୁ ନିର୍ବାଚନ କମିଟି ଛାତ୍ର ସଂଘ ନିର୍ବାଚନ ସମ୍ପର୍କରେ ଘୋଷଣା କରି କହିଛି ଯେ ଆସନ୍ତା ୧୧ ତାରିଖରେ ଭୋଟର

ବଢ଼ିଲା ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଅଡ଼ୁଆ, ଜାରି ହେଲା ଓ୍ଵାରେଣ୍ଟ୍‌

ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍‌ ଯୁକ୍ତ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି । କୋର୍ଟରେ ଆଜି ଶୁଣାଣି ଥିଲା

ଜଗତପୁରରୁ ୩ ବନ୍ଧୁକ ବେପାରୀ ଗିରଫ, ୪ ବନ୍ଧୁକ ଜବତ

କଟକ: ପୋଲିସ ପଞ୍ଝାରେ ୩ ବନ୍ଧୁକ ବେପାରୀ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ଜଗତପୁର ଥାନା ପୋଲିସ । ଏଥି ସହ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ ଓ ୩ଟି

ଇସିଙ୍କ ନିଯୁକ୍ତିରୁ କେନ୍ଦ୍ରକୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନିର୍ବାଚନ କମିଶନରେ ଖାଲି ପଡ଼ିଥିବା ୨ଟି କମିଶନର ପଦ ପୂରଣ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶକୁ ୨ ଜଣ ନୂଆ କମିଶନର ମିଳିବେ। କିନ୍ତୁ କମିଶନର ନିଯୁକ୍ତି ପ୍ରକ୍ରିୟା ଠାରୁ କେନ୍ଦ୍ର ସରକାରଙ୍କୁ ଦୂରେଇ ରଖିବା ପାଇଁ ଗୋଟିଏ

୫ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର,

କର୍ଣ୍ଣାଟକରେ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ରଙ୍ଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ବ୍ୟାନ କଲେ କର୍ଣ୍ଣାଟକ ସରକାର । ଅଧିକାଂଶ ରଂଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ନମୁନା ଅସୁରକ୍ଷିତ ଜଣା ପଡ଼ିବା ପରେ ବ୍ୟାନ ଲଗାଇଲେ କର୍ଣ୍ଣାଟକ ସରକାର । ଏଥିରେ ରୋଡାମାଇନ୍ -ବି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ରାଜ୍ୟରେ ଗଡ଼ିଲା ସଂକଳ୍ପ ରଥ: ଓଡ଼ିଶାବାସୀଙ୍କ ହେବ ଅଭିମତ ସଂଗ୍ରହ

ଭୁବନେଶ୍ବର: ପୁଣି ଥରେ ଦେଶରେ ମୋଦୀ ଶାସନ ଆଣିବାକୁ ବିଜେପିର କସରତ । ତୃତୀୟଥର ପାଇଁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଆଜି ଅଭିମତ ସଂଗ୍ରହ

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା, ଅଳିଆଗଦାରୁ ମିଳିଲା ମୃତଦେହ

ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳାଙ୍କୁ ବିଭତ୍ସ ହତ୍ୟା। ଅଳିଆ ଗଦାରୁ ମିଳିଛି ତାଙ୍କ ମୃତଦେହ। ଶନିବାର ହାଇଦ୍ରାବାଦର ଜଣେ ୩୬ ବର୍ଷୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲାଆ ବକଲେର ରାସ୍ତାକଡରେ ଥିବା ଏକ ଅଳିଆ ଗଦାରୁ ମିଳିଛି। ତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

ବାଲେଶ୍ୱର: ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପାୱାର ଗ୍ରୀଡ୍। ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍