କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ: ସହରରେ ଲାଗିଛି ବ୍ୟାନର୍

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ହତ୍ୟା ଧମକ ନେଇ ସହରର ଦୁଇଟି ସ୍ଥାନରେ ବ୍ୟାନର ଲାଗିଛି। ଏଥିରେ ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ଉଲ୍ଲେଖ ରହିଛି। କଣ୍ଟାବାଞ୍ଜି ପୁଲିସ ଏହାର ତଦନ୍ତ ଜାରି ରଖିଛି। ଆଜି ସକାଳୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ, ଜଣେ ଗୁରୁତର

କଳାହାଣ୍ଡି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦାନିକାପେଲ ଗାଁରେ । ମୃତକ ଦୁଇ ଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ନାମ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀ

ରଘୁନାଥ ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ର ସମୀକ୍ଷା କଲେ ନୟାଗଡ଼ ବିଧାୟକ…

ନୟାଗଡ଼: ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍ ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ରୂପାନ୍ତରଣ ପାଇଁ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି । ଶ୍ରୀରାମ ବିହାର ସମେତ

ବିଭିନ୍ନ ଜାଗାରେ ସାଂସଦ ଙ୍କ ଶିଳାନ୍ୟାସ ଓ ଅନୁଦାନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲା ଠାରେ ମାନ୍ୟବର କନ୍ଧମାଳ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଏକ ଚିତ୍ତ ବିନୋଦନ କେନ୍ଦ୍ରର ଉଦଘାଟନ କରିଥିଲେ l ସେଠାରୁ ସେ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଠାରେ ଏକ ୩୫ ଲକ୍ଷ ଟଙ୍କା ବିନିମୟରେ ଆଦିବାସୀ ସାଂସ୍କୃତିକ ଭବନର

ସବୁରି ମୂଳରେ ଶିକ୍ଷାର ଆବଶ୍ୟକ‌ତା ରହିଛି: ଡଃ ଅଚ୍ୟୁତ ସାମନ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବଦ୍ଧନା ଉତ୍ସବ-୨୦୨୪ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା ସାଲୁଗା ପ୍ରଧାନ ଏଥିରେ ମୁଖ୍ୟ

ସଶକ୍ତିକରଣ ପଥରେ ବୀରମିତ୍ରପୁର ମୁନିସିପାଲିଟି ନାରୀ ସମାଜ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ବୀରମିତ୍ରପୁର ମୁନିସିପାଲିଟି ମିଶନ ଶକ୍ତି ଭବନ ଶୁଭ ଉଦଘାଟନ ହୋଇଯାଇଛି | ଆଜି ବୀରମିତ୍ରପୁର ମୁନିସିପାଲିଟି ର ତହସିଲ ଠାରେ ମିଶନ ଶକ୍ତି ଭବନ ଉଦଘାଟନ

ଝିଅ ବାହାଘର ଦିନ ବାପାର ଆତ୍ମହତ୍ୟା

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।‌ ରବିବାର ଝିଅ ବାହାଘର ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ କନ୍ୟା ପିତା ଜଣଙ୍କ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ

ଇଂଲଣ୍ଡକୁ ୪୩୪ ରନରେ ହରାଇ ଭାରତ ସବୁଠାରୁ ବଡ଼ ଟେଷ୍ଟ ବିଜୟ ହାସଲ କଲା

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼

ମାଘରେ ଶୀତ ଗାୟବ, ବଢିବ ରାତିର ତାପମାତ୍ରା

ଭୁବନେଶ୍ବର : ମାଘ ମାସରେ ବାଘ ଭଳି ଶୀତ ହେବା କଥା। କିନ୍ତୁ ଶୀତର କୌଣସି ଦେଖା ଦର୍ଶନ ନାହିଁ। ମାଘ ମାସରେ ଗ୍ରୀଷ୍ମ ପରି ଟାଣ ଖରା ହେଉଛି। ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି।ଆଗକୁ ବି ରାତିର ତାପମାତ୍ରା ଆହୁରି ବଢ଼ିବ। ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ

ବସ୍-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ