Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଚିକିଟୀ : ଚିକିଟୀ ପେଣ୍ଠସ୍ଥିତ ମିନି ଷ୍ଟାଡିୟମରେ ଆଜି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୩ ଓ ୧୪ ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦୀପl କୁମାରୀ ସାହୁ ଶ୍ରୀଗଣେଶଙ୍କ ନିକଟରେ ପ୍ରଦୀପ!-->…
କଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ…
ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ ହୋଇଛନ୍ତି । ସହିଦ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜମ୍ମୁ ଓ!-->…
ଆଗାମୀ ୪ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା…
ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ। ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସକ୍ରିୟ ରହିଛି।!-->…
ରେଳ ଧାରଣାରେ ପଡିଲା ବୋଲ୍ଡର, ଗଛ: ଟ୍ରେନ ଚଳାଚଳ ବ୍ୟାହତ
ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ । ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି ଟ୍ରାକରେ ବିରାଟ ବୋଲ୍ଡର ଏବଂ ଗଛ ଉପୁଡି ପଡ଼ିବା ଫଳରେ ରାୟଗଡା ଏବଂ କୋରାପୁଟ ମଧ୍ୟରେ!-->…
‘କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର’ ଶୀର୍ଷକ ଆଲୋଚନାଚକ୍ର
ମାଲକାନଗିରି(୧୩/୦୯) : ପୂର୍ବାହ୍ନ 11ଟାରେ ସରକାରୀ ପଲିଟେକନିକ ଠାରେ "କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର" ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରକୁ ସମ୍ମାନିତ ଅତିଥି ତଥା ମାଲକାନଗିରି ସହରର ସବ ଇନ୍ସପେକ୍ଟର ସର୍ବେଶ୍ୱର ଭୋଇ ଉଦଘାଟନ କରିଥିଲେ। ଏହି!-->…
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ!-->…
ଜି୨୦ ଶିଖର ସମ୍ମିଳନୀରେ ଉତ୍ତମ ଡ୍ୟୁଟି କରିଥିବା ପୋଲିସ କର୍ମୀଙ୍କ ସହିତ ଡିନର କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ :ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି ପୋଲିସ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀ!-->…
ପୁରୀରେ ଡକାୟତି ଯୋଜନା ପଣ୍ଡ, ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ
ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।
ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ!-->!-->!-->…
ଜରଡ଼ା ଥାନା ଇଲାକାରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ନଷ୍ଟ ହେଲା ୩ ହଜାର ଲିଟର ବେଆଇନ ଦେଶୀ ମଦ
ଵ୍ରହ୍ମପୁର : ଵ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ତୁମ୍ବା ଆଉଟପୋଷ୍ଟ ଅଞ୍ଚଳରେ ଚଢଉ କରିଥିଲେ।ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ତିଆରି ହେଉଥିବା ଦେଶୀ ମଦ ପ୍ରସ୍ତୁତ କାରଖାନା କୁ ଠାବ କରାଯାଉଥିଲା। ଚଢ଼ଉ କରି 3000 ଲିଟର ଫେଣ୍ଟେଡ୍ ମହୁଲ ନଷ୍ଟ କରାଯାଇଛି।ଏବଂ 180 ଲିଟର I D!-->!-->!-->…
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସ୍ଥଳରୁ ଖନନ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ସ୍ତମ୍ଭ…
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି । ମନ୍ଦିର ଟ୍ରଷ୍ଟର ମହାସଚିବ!-->…