ଜୁଲାଇରେ ୨.୩ ନିୟୁତ ହ୍ୱାଟସଆପ୍‌ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ହ୍ୱାଟସଆପ୍‌ ଭାରତରେ ୨ ନିୟୁତରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ବ୍ୟାନ କରିଥିବା ଘୋଷଣା କରିଛି। ଏହା ଜୁନ ମାସରେ ବ୍ୟାନ ହୋଇଥିବା ଆକାଉଉଣ୍ଟ ଠାରୁ ଅଧିକ। ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ

ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ: ଥାନାରେ ଏତଲା

ମାଲକାନଗିରି: ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ପୁରୁଣା ମେଡିକାଲ ଛକ ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ଗଣେଶ ପୂଜା କରାଯାଇଥାଏ। ତେବେ ଚଳିତ ବର୍ଷ 'ସବକା ମାଲିକ ଏକ ହେ' ଶୀର୍ଷକରେ କମିଟିର

କାନ୍ଦିଲେ ଶବାନା ଆଜମୀ, କହିଲେ- ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ଲଜ୍ଜାଜନକ

ମୁମ୍ବାଇ: କ୍ୟାମେରା ଆଗରେ କାନ୍ଦି ପକାଇଲେ ବଳିଉଡର ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀ। ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ମାମଲାରେ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବାକୁ ନେଇ ସେ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା କହିବା ସହ ବଖାଣିଛନ୍ତି ନିଜ ମନର

ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ମାଟିତୋଟା ବାସେଳୀ ସାହି ଥାନା ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ । କର୍ମଚାରୀ ଜଣକ ହେଲେ ଗୃହରକ୍ଷୀ ଦୀପକ ମାଝି । ଦୀପକଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୀପକ ବାସେଳୀ ସାହି ଥାନାରେ ଏତଲା ଦେଇଛନ୍ତି । ବୁଧବାର ରାତିରେ ଦୀପକ ବାସେଳୀ ସାହି

ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ

କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍‌ର

ବିଜେଡି ମହିଳା ସଂଗଠନର ପୁର୍ନଗଠନ

ଭୁବନେଶ୍ୱର: ଛାତ୍ର ଓ ଯୁବ ପରେ ମହିଳା ସଂଗଠନର ପୁନର୍ବିନ୍ୟାସ କରିଛି ବିଜୁ ଜନତା ଦଳ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ, ଜିଲ୍ଲା ଓ ଜୋନ୍ ସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସଂଗଠନ ସମ୍ପାଦକ

ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ମହନ୍ତଙ୍କ ବିରୋଧରେ ଲୁକ ଆଉଟ ନୋଟିସ

ବେଙ୍ଗାଲୁରୁ: ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଲିଙ୍ଗାୟତ ମହନ୍ତ ଶିବମୂର୍ତ୍ତି ମୁରୁଗା ଶାରାନାରୁ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା କରିଛି କର୍ଣ୍ଣାଟକ ପୁଲିସ୍‌। ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଟେକିନେଇ ଜେରା କରିଥିଲା। ହେଲେ ଗିରଫ ନ କରି ଛାଡ଼ି ଦେଇଥିଲା।

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍‌ ଜିତିଲା ଆପ୍‌। ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍‌

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।