ଫୁଲବାଣୀ : ଏସ ଏସ ଭି ଏମ ରେ ଦଧିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ …

ଫୁଲବାଣୀ: ଆଜି ପବିତ୍ର ଜନ୍ମାଷ୍ଟମୀ ।ଭଗବାନ ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଶ୍ରୀକୃଷ୍ଣ ମାନଵ ସମାଜକୁ କର୍ମଯୋଗର ଶିକ୍ଷା ଦେଉଛନ୍ତି । ଶ୍ରୀମଦ ଭଗବତ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ପୁଣି ଜଣେ ରୋଗୀର ମୃତ୍ୟୁ । ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗ୍ରାମର ଦୁର୍ୟୋଧନ ନାୟକ (୫୦) ଉଚ୍ଚ ରକ୍ତଚାପ ରୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି (ଗୁରୁବାର) ଭୋର ସମୟରେ ଜିଲ୍ଲା

ଭୁବନେଶ୍ବରରେ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅଞ୍ଚଳର ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା ଜାରି ରହିଛି। ମୃତ ମହିଳା ଜଣକ

ବନ୍ୟାରେ କେନ୍ଦ୍ରାପଡ଼ାର ୮୬ଟି ଗାଁ ପ୍ରଭାବିତ, ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ

କେନ୍ଦ୍ରାପଡା: ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟାର ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ । ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ

ସେପ୍ଟେମ୍ବର ୪ରେ ହେବ ASO ପରୀକ୍ଷା

ଭୁବନେଶ୍ୱର: ବନ୍ୟାର ତାଣ୍ଡବ ଏବେ ସାରା ରାଜ୍ୟକୁ ଗ୍ରାସ କରିଛି । ଜୁଆଡ଼େ ଦେଖିବ ଖାଲି ପାଣି । ବନ୍ୟା ଯୋଗୁଁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ

ଚିତ୍ରକୋଣ୍ଡାର ବିଭିନ୍ନ ବିଦ୍ୟାଳୟରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଲ ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି l ଆଜିର ପବିତ୍ର ଦିନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରୂପ ଯଥା କୃଷ୍ଣ, ରାଧା, ବଳରାମ

ପୁରୀ ଜିଲ୍ଲାରେ ଆଉ ଦୁଇଦିନ ସ୍କୁଲ ବନ୍ଦ

ପୁରୀ ଜିଲ୍ଲାରେ ଆଉ ୨ଦିନ ସ୍କୁଲ ବନ୍ଦ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରେ ବନ୍ୟା ପରିସ୍ଥିତି

ସୁନ୍ଦରଗଡ଼ : ବରିଷ୍ଠ ବିଜେପି ନେତା ସହଦେବଙ୍କ ଦେହାବସାନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଜେପିର ବରିଷ୍ଠ ନେତା , ଦଳର ମାର୍ଗଦର୍ଶକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ଜିଲ୍ଲା ସଭାପତି ସହଦେଵ ଖାଖାଙ୍କ ଆଜି ସଂଧ୍ୟା ସମୟ ୫.୦୦ ଘଟିକାରେ ସୁନ୍ଦରଗଡ଼ ଠାରେ ଦେହାନ୍ତ ହୋଇଯାଇଛି । ଆସନ୍ତାକାଲି ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ

୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଆସନ୍ତାକାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ହେବ। ଆସନ୍ତାକାଲି ସକାଳେ ଏହା

ପବିତ୍ର ଜନ୍ମାଷ୍ଟମୀ ଅବସରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଚଳଚଞ୍ଚଳ

ବାଲେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ଗୁପ୍ତ ବୃନ୍ଦାବନ ବା କ୍ଷୀରଚୋରା ଗୋପୀନାଥ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ହାତରେ ପୂଜା ଥାଳି ନେଇ ଭଗବାନଙ୍କ