Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ସିଂହଦ୍ୱାର ସମ୍ମୁଖକୁ ଆସିଲେ ୩ ରଥ
ପୁରୀ: ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତିନି ବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ରଥଗୁଡିକୁ ସିଂହଦ୍ୱାର ସମ୍ମୁଖରେ ଅଣାଯାଉଛି । ଦକ୍ଷିଣ ମୋଡ କରାଯାଇ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ରଥକୁ ଟଣା ଯାଉଛି । ଶେଷରେ!-->…
ରାଜ୍ୟରେ ଉପର ମୁହାଁ କରୋନା, ଆଜି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ!-->…
ଅନୁଗୁଳ ଟାଇଁସି ନୂଆପଡ଼ା ଗାଁ ନିକଟରେ ଆଉ ଏକ ମାଈହାତୀର ମୃତ୍ୟୁ
ଅନୁଗୁଳ: ଆଉ ଏକ ହାତୀର ମୃତ୍ୟୁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ନୂଆପଡ଼ା ଗାଁ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି। ହାତୀଟି!-->…
ନାବାଳିକାଙ୍କୁ ବ୍ଲାକ୍ମେଲ୍ କରି ଦୁଷ୍କର୍ମ, ଅଭିଯୁକ୍ତ ଫେରାର୍
ଭୁବନେଶ୍ୱର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍ ହୋଇଯାଇଛି । ପୁଲିସ ତା' ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି। ନାବାଳିକା ଘର ଭରତପୁର ପଣ୍ଡାକୁଦିଆ ବସ୍ତିରେ। ସେ ଏକ!-->…
ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ରାଜ୍ୟର ୨୦ ଟି!-->!-->!-->…
ଭୁବନେଶ୍ୱର-ଦୁବାଇ ସିଧା ବିମାନ ସେବା ଖୁବ୍ଶୀଘ୍ର
ଭୁବନେଶ୍ୱର: ଖୁବ୍ଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବୁଧବାର ସନ୍ଧ୍ୟାରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିୟାନ କହିଲେ ଦୁବାଇରୁ ସିଧାସଳଖ ବିମାନ ସେବା ପାଇଁ!-->…
ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ
ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫ ଜଣରେ ପହଁଚିଲା ଗିରଫ!-->…
ଆଜି ଉଦ୍ଘାଟନ ହେବ ସ୍ମାର୍ଟ ସିଟି ଦକ୍ଷତା କେନ୍ଦ୍ର, କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ ଜିନ୍ଦଲ
ଭୁବନେଶ୍ୱର: ଗୁରୁବାର ସହିଦନଗର ଆଇପିସି ପରିସରରେ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ ହେବ । ଏଠାରେ ବସ୍ତି ପିଲାଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦିଆଯିବ । ପୁନେ ଲାଇଟ ହାଉସ୍ ଫାଉଣ୍ଡେସନ୍ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ) ପକ୍ଷରୁ ଏହି!-->…
ରାଜ୍ୟରେ ମଦ ନିଷେଧ ପ୍ରସଙ୍ଗ, ହସ୍ତକ୍ଷେପ କଲେନି ହାଇକୋର୍ଟ
କଟକ: ରାଜ୍ୟରେ ସଂପୂର୍ଣ୍ଣ ଭାବେ ମଦ ନିଷେଧ ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବା ଅନାବଶ୍ୟକ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ!-->…
ଜୁଲାଇ ୪ରୁ ଓଜେଇଇ ଆରମ୍ଭ
ଭୁବନେଶ୍ୱର: ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଓଜେଇଇ-୨୦୨୨ । ଏନେଇ ବୁଧବାର ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପରୀକ୍ଷା କାର୍ଯ୍ୟସୂଚୀ ଚୂଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଦୈନିକ ତିନୋଟି ସିପ୍ଟରେ ପରୀକ୍ଷା ଦେବେ । ଜୁଲାଇ ୪ ତାରିଖରୁ ୮ ତାରିଖ ଯାଏଁ ପରୀକ୍ଷା!-->…