ଭୂସ୍ଖଳନରେ ୭ ଯବାନ ସହିଦ, ୨୫ ନିଖୋଜ

ଇମ୍ଫାଲ: ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ୨୫ ଜଣ ଯବାନ ଏବେବି ନିଖୋଜ ଅଛନ୍ତି।

ଦିନେ ଅଟୋ ଚଳାଉଥିଲେ, ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନାର ନମ୍ବର ୨ କୁହାଯାଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଥାନେ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ସିନ୍ଦେ ବେଶ ପରିଚିତ। ୧୯୬୪ ମସିହା

ସମୀକରଣ ଓଲଟିଲା, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଫଡନାଭିସ ଓ

୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ

ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ

ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ 

ଆନନ୍ଦପୁର: କେନ୍ଦୁଝର ଘଷିପୁରା ଥାନା ଧକୋଠା ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଏଟିଏମ୍ ଥିବା ବ୍ଲିଡିଂର ଲାଇନ୍ କାଟିବା ପରେ ଗ୍ୟାସ୍ କଟର ସାହାଯ୍ୟରେ ସଟର କାଟିବା ସହ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ।

ରଥଯାତ୍ରା ପାଇଁ ଆସିଲା ନୀତି ନିର୍ଘଣ୍ଟ

ପୁରୀ:ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ

ବିଧାନସଭା ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ଅନୁଯାୟୀ ଏହି କଟକଣା କରାଯାଇଛି। ବିଧାନସଭାକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଆସନ୍ତା ଜୁଲାଇ ୨ରୁ ଅଧିବେଶନ ଶେଷ ପର୍ଯ୍ୟନ୍ତ କଟକଣା ରଖାଯାଇଛି। ହାଉସିଂବୋର୍ଡ

ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ

‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର: ନିଉଜ୍ ଚାନେଲ୍ 'ବଡ଼ ଖବର'ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଥିବାର ଖବର ମିଳିଛି। ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଓଡ଼ଗାଁରୁ ଆଣି

ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

ଭୁବନେଶ୍ଵର: କଂଗ୍ରେସକୁ ଝଟ୍‌କା। କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍। ଇସ୍ତାଫା ଦେବା ପରେ ମୋକିମ୍ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ। ଦଳରେ ଆଲୋଚନା ହେବା ଉଚିତ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ। ସୂଚନାନୁଯାୟୀ,