ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚଆରସି

ଭୁବନେଶ୍ୱର: ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ନିଜ ଆଡୁ ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ

ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି । ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ମନ୍ଦିର ଭଙ୍ଗାଯାଇଛି । ଏହକୁ ନେଇ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ୪୦ ବର୍ଷ ଧରି ମନ୍ଦିର ଏହି

ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି ଓଡିଶା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ସଂକ୍ରମଣ ଉପରେ ନିୟମିତ ନଜର ରଖିବା ପାଇଁ କୁହାଯାଇଛି ।

ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା

ଭୁବନେଶ୍ୱର: ମଡେଲ୍‍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ନେଇଛି ନୂଆମୋଡ଼। ଅଢ଼େଇ ମାସ ପରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନ୍‍ଫୋସିଟି ଥାନା ପୁଲିସ। ଏଥିରେ ପୁଲିସର ଦଫା ୩୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ କରୁଛି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା, ବିଜେପିର ନିରପେକ୍ଷ ତଦନ୍ତ ଦାବି

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା । ଏହାର ନିରପେକ୍ଷ ତଦନ୍ତ ଦାବି କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରଷୋୟା ଭାବେ କାର୍ଯ୍ୟ କରୁଥିଲେ ଢେଙ୍କାନାଳ ନୂଆପଡ଼ା ଗାଁର ଲଲିତ

ଦିଲ୍ଲୀ ଜାହାଙ୍ଗୀପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ ଏମସିଡି ଜାହାଙ୍ଗୀରପୁରରେ ଅବୈଧ ଘର, ଦୋକନ ବଜାର ଆଦି ଭାଙ୍ଗୁଥିଲା । ସୁପ୍ରିମକୋର୍ଟ ଏବେ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ହୋଇଥିଲା । ଏଥିରେ ଅନେକ ପୁଲିସ

ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ : ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାର ପ୍ରୟୋଜିତ। ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି। ୨ ବର୍ଷ ପୁର୍ବରୁ ସେମାନଙ୍କୁ ଏକାଠି କରିବାକୁ ଯୋଜନା ହୋଇଥିଲା। ସେମାନଙ୍କୁ ଡ୍ରେସ କୋଡ୍ ଆଉ ଲୋଗୋ କିଏ ଦେଲା ବୋଲି ସାମ୍ବାଦିକ ସମ୍ମିଳନୀ କରି

ଦିଲ୍ଲୀରେ ବାଧ୍ୟତାମୂଳକ ହେଲା ମାସ୍କ୍‌; ଉଲ୍ଲଘଂନ କଲେ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି କୋଭିଡ୍‌ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯିବ ଏବଂ ମାସ୍କ୍‌ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଆଜି ଆୟୋଜିତ ବୈଠକରେ 'ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ' ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜଧାନୀରେ ଦୈନିକ କୋଭିଡ୍‌-୧୯

ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ ଆଜି ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ହୋଇଛି । ବ୍ଳକ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳାଙ୍କ ଯୌନ ଶୋଷଣ, ନିର୍ଯ୍ୟାତନ ଓ ଅଶ୍ଳୀଳ