ଓମଫେଡ୍ ବୁଥରେ ଗୁଟଖା ବିକିଲେ ଲାଇସେନ୍ସ ବାତିଲ ନେଇ ବିଏମସିର ଚେତାବନୀ

ଭୁବନେଶ୍ବର: ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଲାଇସେନ୍ସ ବାତିଲ ନେଇ ଚେତାବନୀ ଦେଇଛି ବିଏମସି| ବିଏମସି ଅଞ୍ଚଳରେ ଗୁଟଖା ବିକ୍ରି ହେବ ସମ୍ପୂର୍ଣ୍ଣ ନିଷେଧ । ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ

ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଭଞ୍ଜସେନା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଯୁବଛାତ୍ର ସଂଗଠନ ଭଞ୍ଜସେନା । ରୋଜଗାର ଦିଅ ନାରା ଦେଇ ବାରିପଦା ମଧୁବନ ଠାରୁ ବିଶାଳ ଶୋଭାଯତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି

କୋଇଲା ଖଣି ବନ୍ଦ କଲା କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ

ସମ୍ବଲପୁର: ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଖିଣ୍ଡା ଅଞ୍ଚଳରେ ଥିବା ଏନଏଲସି କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଭିଯୋଗ କମ୍ପାନୀ ୨ ନମ୍ବର ଓ ୩ ନମ୍ବର କୋଇଲା ଖଣି ବନ୍ଦ କରି

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କଲେ ରାଜ୍ୟପାଳ…

ବ୍ରହ୍ମପୁର : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ

‘ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ’

ଭୁବନେଶ୍ବର: ଆମ ସରକାରଙ୍କ ନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକ ସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ। ଆଜି ରାଉରକେଲାଠାରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପଦ୍ୟୋଗୀ ଓ ଅଂଶୀଦାରମାନଙ୍କ ସହ

ବିସ୍ଫୋରଣରେ ମହିଳା ମୃତ, ୨ ଗୁରୁତର

ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରିଶୋରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି

ବୋଲଗଡ଼ ବିଡିଓଙ୍କୁ ହଟାଇବାକୁ ଦାବି, ଏକାଠି ହେଲେ ଶତାଧିକ ଲୋକ

ବେଗୁନିଆ: ଜୋର ଧରିଲା ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବି । ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଲୋକ । ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ବିଡିଓଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ

ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ, ମେ’ ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ମେ ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି। ପୂର୍ବରୁ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬

ପରଲୋକରେ ଅଜିତ ପାୱାର; ମହାରାଷ୍ଟ୍ରରେ ୩ ଦିନିଆ ଶୋକ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ

୧୨ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ବାଲୁଚ୍ ଲିବରେସନ୍ ଆର୍ମି

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ)ର ଯୋଦ୍ଧାମାନେ ୧୨ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ ଛଅ ଜଣ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ବିଏଲ୍‌ଏର ଜଣେ ମୁଖପାତ୍ର କହିଛନ୍ତି ଯେ ଏହାର ଯୋଦ୍ଧାମାନେ