Sign in
Sign in
Recover your password.
A password will be e-mailed to you.
୫୧୦ ଲିଟର ବେଆଇନ ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ
ଭଦ୍ରକ: ଭଦ୍ରକ ଅବକାରୀ ବିଭାଗକୁ ବଡ଼ ସଫଳତା। ଏଠାରେ ଚଢ଼ାଉ କରି ୫୧୦ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍ ଏବଂ ଏକ ସ୍କୁଟି ଜବତ!-->…
ନିଯୁକ୍ତି ଜାଲିଆତି: ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢ଼ାଉ
ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର ଏକ!-->…
‘ଯିଏ ସଲ୍ମାନ୍ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ
ନୂଆଦିଲ୍ଲୀ : ହାସ୍ୟ ଅଭିନେତା କପିଲ୍ ଶର୍ମାଙ୍କ କାନାଡା ସ୍ଥିତ ରେସ୍ତୋରାଁ କପସ୍ କାଫେ ଉପରେ ୨ ଥର ଗୁଳିମାଡ ହୋଇ ସାରିଛି । ଏହି ମାମଲାରେ ସାମ୍ନାକୁ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, କାଫେ ଉପରେ ଗୁଳିମାଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରାଯାଇଛି।!-->…
ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ
ଭୁବନେଶ୍ବର: ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ କରାଯାଇଛି। ପ୍ରଫେସର ସ୍ୱାଇଁ!-->…
‘ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ପାଇଁ ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବେ କେନ୍ଦ୍ର ସରକାର’
ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାବେଳେ, ଏହି ସମୟରେ ମଶା ଜନିତ ରୋଗ ବ୍ୟାପିବାର ବହୁ ଆଶଙ୍କା ଥାଏ । ଏନେଇ ରାଜ୍ୟରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି । ଏଥିପାଇଁ ସମସ୍ତ!-->…
ଆୟକର ବିଲ-୨୦୨୫କୁ ଫେରାଇନେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ୍ ଆଣିବେ। ଫେବୃଆରୀ ୨୦୨୫ ରେ ଲୋକସଭାରେ ଏହା ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ ଗ୍ରହଣ କରିବା ପରେ,!-->…
ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ କାଗଜି ପଲାଇ । ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ସହ ବିବାଦ ମାମଲାରେ ହାଜର ହେଲା ପୁଅ । ଶିଶୁ ମଙ୍ଗଳ କମିଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ!-->…
କେନ୍ଦ୍ର କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦ କୋଟି!-->…
‘ୱି ଓମେନ୍ ୱାଣ୍ଟ କନକ୍ଲେଭ ୨୦୨୫’: ଶୈଫାଳିକା ପଣ୍ଡା ଶକ୍ତି ପୁରସ୍କାର ସହ ସମ୍ମାନିତ
ଭୁବନେଶ୍ବର: ଗୁରୁବାର ନୂଆଦିଲ୍ଲୀର ଦି ଇମ୍ପେରିଆଲ୍ ରେ ନ୍ୟୁଜ୍ ଏକ୍ସ ଦ୍ୱାରା ଆୟୋଜିତ “ୱି ଓମେନ୍ ୱାଣ୍ଟ କନକ୍ଲେଭ ଆଣ୍ଡ୍ ଶକ୍ତି ଆୱାର୍ଡ଼ ୨୦୨୫” ରେ ପ୍ରତିଷ୍ଠିତ ଶକ୍ତି ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି ଇମ୍ଫାର କର୍ପୋରେଟ ସାମାଜିକ କଲ୍ୟାଣ ଶାଖା, ବଂଶୀଧର ଏବଂ ଇଲା ପଣ୍ଡା!-->…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାହିଁକି କଲ ନାହିଁ ଅନ୍ତିମ ସଂସ୍କାର? ସଂସଦରେ ପ୍ରଶ୍ନ ଉଠାଇଲେ ହୁଡ୍ଡା
ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅନ୍ତିମ ସଂସ୍କାର ଅଗଷ୍ଟ ୬ ରେ କରାଯାଇଥିଲା। ତେବେ ଏହି ସମୟରେ, ତାଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ନ ଦିଆଯିବା ନେଇ ଏବେ ରାଜନୀତି ଜୋର ଧରିଛି | ରୋହତକର କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା ସଂସଦରେ ଏହି ପ୍ରସଙ୍ଗ!-->…