ରାଜ୍ୟର ୭୧ ସରକାରୀ ହାଇସ୍କୁଲରେ ହେବ ଯୁକ୍ତ ଦୁଇ ପାଠପଢ଼ା

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ରାଜ୍ୟର ୭୧ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରି ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ବିଦ୍ୟାଳୟରେ ପରିଣତ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ…

ଆଶା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜୀକରଣ ଘୋଟାଲା: ଜିଲ୍ଲା ବାହାରେ କନ୍ୟାଭ୍ରୁଣ ହତ୍ୟା

ନୟାଗଡ଼ : କନ୍ୟାଭ୍ରୂଣ ହତ୍ୟା ପାଇଁ ଅପବାଦ ମୁଣ୍ଡାଇଥିବା ନୟାଗଡ଼ ଜିଲ୍ଲାରେ ସଚେତନତା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏଥିରେ ସୁଧାର ଆସିବାର ନାଁ ଧରୁନି ।କନ୍ୟାଭ୍ରୂଣ ହତ୍ୟା ଓ ନାବାଳିକା ବିବାହ ନୟାଗଡ଼ ଜିଲ୍ଲା ପାଇଁ ସାମାଜିକ ସମସ୍ୟା ସୃଷ୍ଟି ହେବା ସହିତ ଜିଲ୍ଲା…

ପର୍ଲିଆଗୁଡ଼ାରେ ପ୍ରଥମ ଥର ପହଞ୍ଚିଲେ ବିଧାୟକ ନରସିଂ ଭତ୍ରା ; ଗ୍ରାମବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର…

ଉମରକୋଟ/ଝରୀଗାଁ (୨୭/୦୬/୨୦୨୬)ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ପର୍ଲିଆଗୁଡ଼ା ଗ୍ରାମ ଶନିବାର ଦିନ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଝରୀଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା ଏହି ଦୁର୍ଗମ ଗ୍ରାମକୁ ଗସ୍ତ କରି…

ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍‌କା, ସୁପ୍ରିମକୋର୍ଟରୁ ନିରାଶ

ନୟାଗଡ଼: ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଝଟ୍‌କା l ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ନିର୍ବାଚନ ଅସିଦ୍ଧ ପାଇଁ ହାଇକୋର୍ଟରେ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସୁପ୍ରିମ୍‌କୋର୍ଟ ଅରୁଣ ସାହୁଙ୍କ ଆବେଦନକୁ ଖାରଜ କରିଛନ୍ତି…

ବନ୍ଧୁଗାଁରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ /ବନ୍ଧୁଗାଁ : ସ୍ଥାନୀୟ ବନ୍ଧୁଗାଁ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଗୋନା ହାଟରେ ପୋଲିସର ଚଢ଼ାଉ: ୪୫ ଲିଟର ବିଅର ଜବତ, ଜଣେ ଗିରଫ…

ଉମରକୋଟ /ରାଇଘର:- (୨୭/୦୭/୨୦୨୬)ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ସାପ୍ତାହିକ ହାଟରେ ପୋଲିସର ଏକ ଚଢ଼ାଉରେ ବେଆଇନ ଭାବେ ବିଅର ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ପ୍ରାୟ ୪୫ ଲିଟର ବିଅର ଜବତ କରାଯାଇଛି। ଏହି ଘଟଣା ପରେ ରାଇଘର…

ମିଶନ କମ୍ପାଉଣ୍ଡରୁ ଲକ୍ଷାଧିକ ଟଙ୍କା, ସୁନାଗହଣl ଚୋରି…

( ପୋଲିସର ତଦନ୍ତ ଜାରି ) କୋରାପୁଟ/କୋଟପାଡ଼ :-27/07/26----କୋଟପାଡ଼ ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି l କିନ୍ତୁ ଚୋର କିମ୍ବା ଚୋରି ସାମଗ୍ରୀ ଧରାପଡ଼ୁନି l ବର୍ତମାନ କିଛି ଦିନ ପୂର୍ବେ ମିଶନ କମ୍ପାଉଣ୍ଡ ନିବାସୀ ଶୁଭମ ଶୀତମ ଙ୍କ ଘରେ ନିଶୁଣି ପକାଇ ଆଲମିରାରୁ…

ଜ୍ୟୋତିର୍ମୟୀଙ୍କ କଣ୍ଠରେ ଦୁଲୁକିଲା ମୁମ୍ବାଇ, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଇଣ୍ଡିଆନ ଆଇଡଲ୍ ମୁକୁଟ

ମୁମ୍ବାଇ : ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଦେଶର ସବୁଠାରୁ ବଡ଼ ମ୍ୟୁଜିକ୍ ରିଆଲିଟି ସୋ 'ଇଣ୍ଡିଆନ ଆଇଡଲ ସିଜନ ୧୬'ର ବିଜେତା ହୋଇଛନ୍ତି ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ। ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ଇତିହାସ ରଚି ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ମୁକୁଟ…

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ…