
( ପୋଲିସର ତଦନ୍ତ ଜାରି )
କୋରାପୁଟ/କୋଟପାଡ଼ :-27/07/26—-
କୋଟପାଡ଼ ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି l କିନ୍ତୁ ଚୋର କିମ୍ବା ଚୋରି ସାମଗ୍ରୀ ଧରାପଡ଼ୁନି l ବର୍ତମାନ କିଛି ଦିନ ପୂର୍ବେ ମିଶନ କମ୍ପାଉଣ୍ଡ ନିବାସୀ ଶୁଭମ ଶୀତମ ଙ୍କ ଘରେ ନିଶୁଣି ପକାଇ ଆଲମିରାରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣl ଚୋରିହୋଇଛି l ଏହାକୁ ନେଇ ଶୁଭମ ଶୀତମ ଥାନାରେ ଅଭିଯୋଗ କଲାପରେ କିଛି ସନ୍ଦିଗ୍ଧଙ୍କୁ ଥାନାରେ ଆଣି ପୋଚରା ଉଚୁରା କରୁଛି ପୋଲିସ l ଅନ୍ୟ ପକ୍ଷରେ ଗତ ମାସ କୋଟପାଡ଼ର ହୃଦୟ ସ୍ଥଳୀ କୁସୁମୀ ଛକ ନିକଟରୁ ମନ୍ଦାରର ପିକ ଅପ ଭେନ ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପିକଅପ ଗାଡିର ଟେର ପାଇ ପାରିନି l
