Browsing Category

ଓଡିଶା

ନିପ୍ପନ ଷ୍ଟିଲ୍‌ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି ।

ଉପଯୁକ୍ତ ମୂଲ୍ୟ ନମିଳିବାରୁ ତରଭୁଜ ଚାଷରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

ପଦ୍ମପୁର: ନିଜର ୩ ଏକର ତରଭୁଜ ଜମିରେ ଟ୍ରାକ୍ଟର ଚଢ଼ାଇ ଫସଲ ନଷ୍ଟ କରିଦେଲେ ଚାଷୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଜଣେ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି। ସୂଚନା

ଡିଜେ ସାଉଣ୍ଡରୁ ଗଲା ଜୀବନ: ନାଚୁ ନାଚୁ ଟଳି ପଡିଲେ ବାଳକ

ସାଲେପୁର: ପୁଣି ଡିଜେ ସାଉଣ୍ଡରେ ଗଲା ଏକ ନିରୀହ ବାଳକର ଜୀବନ। ମାହାଙ୍ଗା ଥାନା ଅଧୀନ ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ। ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି

ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଲେ ୬୬୨ ବେସରକାରୀ ଅଧ୍ୟାପକ ସଂଘ

ଭୁବନେଶ୍ବର: ଆଜି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି। ୬୬୨ ବର୍ଗର ବେସରକାରୀ ଅଧ୍ୟାପକମାନେ ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଇଛନ୍ତି। ହଜାର ହଜାର ସଂଖ୍ୟକ ଅଧ୍ୟାପକ ଏଥିରେ ସାମିଲ ହୋଇଛନ୍ତି। ଗତ ୫୩ ଦିନ ହେବ ଚାଲିଛି ଏହି

ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ। ବୀରବାଦ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି। କୁଣ୍ଢାଇବେଣ୍ଟ ସାହିଯାତ ଦୋଳମଣ୍ଡପ ସାହି ପରିକ୍ରମା କରିଛି। ଶ୍ରୀମନ୍ଦିରରେ ମାୟା ମୃଗ ଓ ସୀତା ବିବାହ ନୀତି ହୋଇଥିବାବେଳେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାରୁ ରାବଣ ଓ

ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ପ୍ରଥମ ସରକାରୀ ବସ୍

ମାଲକାନଗିର : ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ଯାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି

ଏକାଧିକ କ୍ରସରରେ ଆୟକର ଚଢ଼ଉ

ଭୁବନେଶ୍ୱର :କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏକକାଳୀନ ୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ

ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ ବଡ଼ ବାବୁ…

ଭୁବନେଶ୍ୱର : ସବୁ ସଚିବ ଓ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଫିଲ୍‌ଡ ଭିଜିଟ୍‌ କରିବେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର । ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ

ପୁଣି ଚିଲିକାର ଅଟକିଲା ଯାତ୍ରୀବାହୀ ଘାଟ ଡଙ୍ଗା

ବ୍ରହ୍ମଗିରି: ସାତପଡ଼ା ଚିଲିକା ରେ ଜହ୍ନିକୁଦା ରୁ ସାତପଡ଼ା କୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା, ଜହ୍ନିକୁଦା ଠାରୁ ୩୦୦ମିଟର ଆସିବା ପରେ ଫସି ରହିଛି। ଏହି ଘାଟ ଡଙ୍ଗା ରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିଲା ବେଳେ ୨୦ରୁ ଉର୍ଦ୍ଧ ବାଇକ ରହିଛି। କିଛି ମହିଳା ଯାତ୍ରୀ ଥିବା ଜାଣିବାକୁ ମିଳିଛି।