Browsing Category

ଓଡିଶା

୬ ମାସ ପରେ ପୁଣି ଥରେ ଦବିଲା ବ୍ରିଜ୍‌

ଆନନ୍ଦପୁର : ପୂର୍ତ୍ତ ବିଭାଗର ପାରିବା ପଣିଆ ପଦାରେ ପଡ଼ିଲା। ୬ ମାସ ତଳେ ବ୍ରିଜ୍‌ ମରାମତି କରାଇଥିଲା। ଏବେ ପୁଣି ଥରେ ଦବି ଯାଇଛି ବ୍ରିଜ୍‌। ତେଣୁ ଆଉ ଥରେ ମରାମତି ପାଇଁ ବୁଧବାର ବ୍ରିଜ୍‌ ଉପରେ ଯାତାୟତ ନକରିବାକୁ ପରାମର୍ଶ ଦେଇଛି। ଏପରି ଚିତ୍ର ଆସିଛି ଖଣିଖାଦାନ ଭରା କେନ୍ଦୁଝର

ବନ କର୍ମଚାରୀ-ଗ୍ରାମବାସୀ ପିଟାପିଟି, ରଣକ୍ଷେତ୍ର ପାଲଟିଲା ଚେକ୍‌ଗେଟ୍

ବଡ଼ମ୍ବା: କାଠ କଟାକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳର ଯୋଡ଼ାମ୍ବ ସଂରକ୍ଷିତ ଜଙ୍ଗଲର ଗୁଣ୍ଡଦ୍ୱାର ବନ ବିଭାଗ ଚେକ ଗେଟ୍‌ ପାଲଟିଲା ରଣକ୍ଷେତ୍ର। ଗ୍ରାମବାସୀ ଓ ବନ କର୍ମଚାରୀ ହାତାହାତି ହୋଇଛନ୍ତି। ଯେଉଁଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ମ୍ବା ରେଂଜର ଏବଂ ୨

ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ କଲେ ଡାକ୍ତର!

ବାରିପଦା : ଅପବାଦର କଳଙ୍କ ମୁଣ୍ଡାଇଲା ଉତ୍ତର ଓଡ଼ିଶାର ଏକ ପ୍ରତିଷ୍ଠିତ ମେଡ଼ିକାଲ୍‌ କଲେଜ। ସେଠାରେ ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ନାଁରେ ଚାମ୍ୱର ଭିତରେ ନାବାଳିକାଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି

ରିମାଣ୍ଡର ଶେଷ ଦିନରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ବାନ୍ଧିଲା ଇଡି

‍‍ଭୁବନେଶ୍ୱର: ଗତ ୭ ଦିନ ଧରି ଜେରା କରିବା ପରେ ଶେଷରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ରିମାଣ୍ଡର ଶେଷ ଦିନରେ ତାଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ବାନ୍ଧିଛି କରିଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନର ମୁଁ ଅଂଶ ବିଶେଷ: ବିରୋଧୀ ଦଳ ନେତା

ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ। ସେ ଆହୁରି କହିଛନ୍ତି,

ଶିମିଳିପାଳ ହାତୀ ମୃତ୍ୟୁ ମାମଲା: ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

କଟକ: ଶିମିଳିପାଳ ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହେବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଏନେଇ କି ପ୍ରତିକାର ବ୍ୟବସ୍ଥା ହୋଇଛି,

ଲୋଇସିଂହା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ, ବିଜେଡି-ବିଜେପି କର୍ମୀ ଠେଲାପେଲା

ବଲାଙ୍ଗିର: ‘ଆମ ନେତା ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍‌ କରିଥିଲେ। କ’ଣ ପାଇଁ ବିଜେପି ବିଧାୟକ ଯାଇ ନଡ଼ିଆ ପିଟିବେ?’ ଏପରି କହି ମଙ୍ଗଳବାର ଭାଲେର-କୁରୁଲ ବ୍ରିଜ ଭିତ୍ତି ସ୍ଥାପନ ପାଇଁ ଯାଉଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ।

ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର

ବଲାଙ୍ଗିର: ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର । ହେଲେ ଅଳ୍ପକେ ବର୍ତ୍ତିଲେ ଚିକିତ୍ସାଧୀନ ରୋଗୀ । ଏପରି ଅଘଟଣ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଗତକାଲି ଘଟିଛି। ଏହାକୁ ନେଇ ରୋଗୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ

ବାସେଳି ସାହିରେ ବ୍ୟାପିଲା ଝାଡ଼ାବାନ୍ତି

ପୁରୀ: ପୁରୀ ବାସେଳି ସାହିରେ ଘରେ ଘରେ ବ୍ୟାପିଛି ଝାଡାବାନ୍ତି । ପ୍ରତି ଘରର ଅଧିକାଂଶ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପାଣି ପାଇପରେ ଫାଟ ସୃଷ୍ଟି ହୋଇ ପାଣି ଦୂଷିତ ହେବାରୁ ପରିସ୍ଥିତି

ଇନଫୋସିଟି ଥାନାରେ ହାଜର ହେଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ବହୁ ଚାଞ୍ଚଲ୍ୟ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି। ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା। ଫେବ୍ରୁଆରୀ