Browsing Category

ଓଡିଶା

ରାଜ୍ୟରେ ଆଉ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ…

କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମକ ଘଟଣା : ତଦନ୍ତ ରିପୋର୍ଟ ଦେବାକୁ ଅଧ୍ୟକ୍ଷଙ୍କ…

କେନ୍ଦୁଝର ୨ । ୮ : କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଦୁଇ ଦିନରେ ଦୁଇଟି ସ୍ଥାନରେ ମରଣାନ୍ତକ ଆକ୍ରମଣକୁ ନେଇ ପ୍ରଶାସନର ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଏକ ପ୍ରାୟୋଜିତ ଆକ୍ରମଣ ବୋଲି କହିଛନ୍ତି ଅନନ୍ତ ନାୟକ । …

ସୁନ୍ଦରଗଡ଼ ମାଟିର ପୁଅ ଦୟାନିଧି ତନ୍ତୀ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳର ଡି.ଆଇ.ଜି

ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାର ସବଡେଗାରେ ଜନ୍ମିତ ଓଡ଼ିଆ ପୁଅ ଦୟାନିଧି ତନ୍ତୀ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ )ର ଡିଆଇଜି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହା ସୁନ୍ଦରଗଡ଼ ଏବଂ ଓଡିଶା ପ୍ରତି ଗର୍ବ ଓ ଗୌରବର ବିଷୟ ହୋଇପାରିଛି।କେନ୍ଦ୍ରୀୟ ସୁରକ୍ଷା…

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି…

ଶେଷ ହେଲା ବଜେଟ୍ ଅଧିବେଶନ

ଭୁବନେଶ୍ବର: ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା…

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ଗଠନ କଲେ କମିଟି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ…

ଭୋଜି ଖାଇ ୪୦ ଅସୁସ୍ଥ, ଜଣେ ମୃତ

ଭୋଗରାଇ: ଭୋଜି ଖାଇ ୪୦ ଅସୁସ୍ଥ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ। ୪୦ ଜଣ ଝାଡ଼ା ବାନ୍ତିରେ ଅସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚିକିତ୍ସା ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ମୁତାବକ୍…

POS ମେସିନ ଲଗାଇବା ଆଳରେ ଦୋକାନୀମାନଙ୍କୁ ଠକୁଥିବା ଦମ୍ପତି ଗିରଫ

ଯାଜପୁର: ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତିଙ୍କ ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକଙ୍କ ଠାରୁ ନଗଦ ଲକ୍ଷ ଟଙ୍କା,୬୩ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,୭ଟି ମୋବାଇଲ ଫୋନ,୪୬ ଟି…

ନିଉଡ୍‌ କଲ୍ ଜାଲରେ ଫସିଲେ ଇଞ୍ଜିନିୟର, କିସ୍ତିରେ ନେଇଗଲେ ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ନିଉଡ଼ କଲର ଶିକାର ହେଲେ ବିଏସଏନଏଲ ଇଂଜିନିୟର । ନଗ୍ନ ନାୟିକାଙ୍କ ନିଉଡ୍‌ ଭିଡ଼ିଓ କଲ ଜାଲରେ ଫସି ଇଂଜିନିୟର ଆକାଉଣ୍ଟରୁ ୨୫ ଲକ୍ଷ କଟିଯାଇଛି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଇଞ୍ଜିନିୟର । ଠକେଇ ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ…

ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍‌. କେ. ଝା

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଶ୍ରୀ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ ନେଇ…