Browsing Category

ଓଡିଶା

ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ରେଡ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ଚାଲିଛି ରେଡ୍ । ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି। ଜିଏସଟି…

ଜବତ ବ୍ରାଉନସୁଗାରକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି।…

ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ

ଭୁବନେଶ୍ବର : ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ପ୍ରଚାର, ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହୋଇଯାଇ ଥିଲା । ଇଣ୍ଟର-ସ୍କୁଲ କୁଇଜ଼ , ଚିତ୍ରାଙ୍କନ, ବକୃତା ଏବଂ ଅନେକ ସଚେତନତା ବଜ୍ରପାତ…

ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ରେଞ୍ଜ ଅଫିସର ନିଲମ୍ବିତ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା…

ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡରେ ମକ୍‌ଡ୍ରିଲ

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥର କୋଭିଡ କଟକଣା ଉଠିଯାଇଥିବାରୁ ପୁରୀ ରଥ ଯାତ୍ରା ଦେଖିବାକୁ ଦେଶବିଦେଶରୁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହେବ । ରଥ ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତଥା କେହି ଗୁରୁତର ହେଲେ ତାଙ୍କୁ…

ପୁରୀ ରଥଯାତ୍ରା ପାଇଁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ

ଭୁବନେଶ୍ବର : ପୁରୀ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୁରୀକୁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ଯୋଜନା କରିଛି । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ତୀର୍ଥଯାତ୍ରୀଙ୍କ ବିନା ରଥଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ପୁରୀରେ ବହୁ…

ପୁରୀରେ ବଢାଯିବ ଆଣ୍ଟିଜେନ୍‌ ଟେଷ୍ଟ୍‌: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କାରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି। କଟକ, ଭୁବନେଶ୍ୱରରେ ସ୍ଥିତି ଅଧିକ ରହୁଛି ବୋଲି ଜନସ୍ବାସ୍ଥ୍ୟ…

ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ, ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରୋଗେସ୍ ଅଛି । ପୂର୍ବରୁ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଲା । ମାତ୍ର ବର୍ତ୍ତମାନ…

ଆଜି ରାଜ୍ୟରେ ୧୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଅଙ୍କ ଛୁଇଁଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ…

ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍

ଭୁବନେଶ୍ବର: ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍ । ୯୨ଲକ୍ଷ ଟଙ୍କା ଠକେଇ ମାମଲାରେ ଇଓଡବ୍ଲୁ ରେଡ କରିଛି । ସୂଚନାନୁସାରେ, ଗତକାଲି ରାତିରେ ଅର୍ଥନୈତିକ ଅପରାଧ ଶାଖା ଚଢାଉ କରିଛି । ଅର୍ଦ୍ଧେନ୍ଦୁଙ୍କୁ ଖୋଜୁଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । …