Browsing Category

ଆଞ୍ଚଳିକ

ମଦ୍ୟପାନ କରି ଅଟୋ ଚଳାଇବା ହେଲା କାଳ : ମେରୁଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା-୭ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ…

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା: ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି…

‘ସୁଭଦ୍ରା’ ଟଙ୍କାରୁ ବଞ୍ଚିତ ଡଙ୍ଗରିଆ ମହିଳା

ରାୟଗଡା //କଲ୍ୟାଣସିଂହପୁର: ସୁଭଦ୍ରା ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ମହିଳାଙ୍କୁ। ବାରମ୍ବାର ଆବେଦନ ସତ୍ତ୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ଅନେକ ଗ୍ରାମର ଡଙ୍ଗରିଆ ମହିଳା ସୁଭଦ୍ରା ଯୋଜନା ସହାୟତା ଅର୍ଥ…

ଫକୀରମୋହନ ପଠନଶାଳାରେ ବିଷୁବ ମିଳନ

ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ତରଫରୁ ଦର୍ଗାଗୁଡ଼ା ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାବିଷୁବ ସଂକ୍ରାନ୍ତି, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଏବଂ ଡ଼ଃ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ…

ଓଡ଼ିଆ ନବବର୍ଷ ପାଳିତ

ଓଡ଼ିଆ ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଦିବସରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି l ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମନ୍ଵୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ଵଜିତ ବର୍ମନ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନ ଏବଂ…

ଓଡ଼ିଆ ନବବର୍ଷ ବିଷୁବ ସଂକ୍ରାନ୍ତି ଆମ ଜାତୀୟ ଅସ୍ମିତାର ଦ୍ୟୋତକ : କଳାକାର ମହାସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ପବିତ୍ର ଓଡ଼ିଆ ନବ ବର୍ଷ ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁଙ୍କ ବାସଭବନ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଡ଼ା. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ…

ପୋଖରୀ ଓ ଗ୍ରାମରେ ଥିବା ବିଦ୍ୟାଳୟର ନଳକୂପ ପାଣି ଉପରେ ଭରସା କରୁଛନ୍ତି ଗ୍ରାମବାସୀ

ଉମରକୋଟ : "ପାଣି ହିଁ ଜୀବନ" | ଆଜି କାଲିର ପ୍ରଚଣ୍ଡ ଗରମରେ ପଶୁ ପକ୍ଷୀଠୁ ଆରମ୍ବ କରି ସମସ୍ତେ ଟିକିଏ ପାଣି ପାଇଁ ହନ୍ତ ସନ୍ତ,ସେହି ଜାଗାରେ ନେତା ମନ୍ତ୍ରୀ ଓ ପ୍ରଶାସନ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ସବୁ ପ୍ରତିଶୃତି କେବଳ ପାଣିର ଗାର ସଦୃଶ୍ୟ । ନା ମିଳୁଛି…

ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଉଦଯାପିତ

ହିଞ୍ଜିିଳିକାଟୁ : ସୋମବାର ହିଞ୍ଜିିଳିକାଟୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମହାମାୟୀ ମା’ଦଣ୍ଡକାଳୀ ପୀଠ ଗୁଡ଼ିକ ଲୋକରଣ୍ୟ ହୋଇପଡ଼ିଛି । ମହାବିଷୃବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରୁପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା…

ଆସିକାରେ ସମୟ ଅତିକ୍ରାନ୍ତ ସାମଗ୍ରୀ ଓ ପଚାଶଢା ପନିପରିବା ଦ୍ବାରା ଖାଦ୍ୟ ପ୍ରସ୍ତୁତିକୁ ନେଇ ଅଭିଯୋଗ

ଖାଦ୍ୟ ଯାଞ୍ଚ ଅଧିକାରୀ ମାସିକିଆ ବଟି ଆଦାୟରେ ବ୍ୟସ୍ତ …ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ରେଶମ ସହର ରେ ବିଭିନ୍ନ ନାମୀ ଦାମୀ କମ୍ପାନୀ ର ନକଲି ସାମଗ୍ରୀ ବିକ୍ରି ହେବାର ନଜିର ରହିଛି। ରେଶମ ସହର ଠାରୁ ଆସିକା ସହରରେ ଖୁଲାମ ଖୁଲା କେତେକ ଦୋକାନୀ ସମୟ ଅତି ବାହିତ ହୋଇଥିବା ସାମଗ୍ରୀ କୁ ଅଧା…

ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସକାଳ ଘ ୮.୩୦ ମି ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ମୁକ୍ତ ପ୍ରଶ୍ନମଞ୍ଚ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…