Browsing Category

ଆଞ୍ଚଳିକ

ବିଜେଡିରୁ ଇସ୍ତଫା ଦେଲେ ଇଂ. ସୁଜିତ ପ୍ରଧାନ: ଭାଜପା ଯୋଗ ଦେବେ କି

ଦେବଗଡ଼,୫ା୩:ଦେବଗଡ ଜିଲାର ଆଗଧାଡିର ବିଜେଡି ନେତା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇଂ.ପ୍ରଧାନ ଆଜି ତାଙ୍କର ଇସ୍ତଫା ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ

ମାର୍ଚ୍ଚ ମାସ ୧୦ ତାରିଖରେ କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା…

ଫୁଲବାଣୀ : ରାଷ୍ଟ୍ରୀୟ କଳାମଞ୍ଚ ଦ୍ଵାରା ଆୟୋଜିତ ହେଉଥିବା ପ୍ରତିଭା ସଂଗମ କାର୍ଯ୍ୟକ୍ରମ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ପୋଷ୍ଟର ଉନ୍ମୋଚନ ହୋଇଯାଇଛି l ଏବଂ ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ

ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହା ବିଦ୍ୟାଳୟରେ ନୁଆ – ଓ ଛାତ୍ର ବୃତ୍ତି ପ୍ରଦାନ

ଦାରିଙ୍ଗବାଡି, ୫/୩, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆଜି ନୁଆ - ଓ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି

ବାଲିଗୁଡ଼ାରେ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ପାଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବାଲିଗୁଡ଼ା:: ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହେଲା ବିଜୁ ଜନତା ଦଳ । ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀ ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା

ପୋଖରୀ ପାଣିରେ ବୁଡି ବୃଦ୍ଧ ମୃତ

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଦଣ୍ଡକାଳୀ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ହରିଜନ ସାହିର ବି.ମଙ୍ଗଳା (୬୭) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ବୃଦ୍ଧ ଜଣଙ୍କ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଧୁମଧାମରେ ପାଳିତ

ଫୁଲବାଣୀ : ଓଡ଼ିଆ ଜାତିର ଗର୍ବ, ଗୌରବ ସ୍ଵର୍ଗୀୟ ବିଜୁବାବୁ ଓଡ଼ିଆ ଜାତିର ହୃଦୟରେ ଆଜି ବି ବିରାଜମାନ । ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ପାଳୁଛି ସାରା ଓଡ଼ିଶା । ଏଥିପାଇଁ ଗାଁରୁ ସହର ବ୍ୟାପକ ପ୍ରସ୍ତୁତି l ଯିଏ ଆଙ୍ଗୁଠି ଦେଖାଇ ଆଗକୁ ବଢ଼ିବାର ଆହ୍ବାନ

ମାର୍ଚ୍ଚ ୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡିବନ୍ଧ ସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର

କନ୍ଧମାଳରେ ବିଜୁ ଜୟନ୍ତୀ : ବିଜୁଙ୍କ ଭଳି ସାହସୀ ଓ ଦୃଢ଼ମନା ହୁଅ – ଅଚ୍ୟୁତ ସାମନ୍ତ

ଫୁଲବାଣୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ସାହାସୀ ଓ ଦୃଢ଼ମନା ହେବାକୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେଡ଼ି ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଛି । ସାଂସଦ ଶ୍ରୀ

ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ହତ୍ୟାକାରୀ ପ୍ରେମିକ ଓ ପ୍ରମିକର ପିତା ସମେତ ୪ ଗିରଫ

ଦେବଗଡ଼,୫ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ବାହାରିବା ଘଟଣାର ପର୍ଦ୍ଦାଫାଶ କରିବାରେ ରିଆମାଳ ଥାନା ପୋଲିସ ସଫଳ ହୋଇଛି । ଏହା ଏକ ହତ୍ୟା ଘଟଣା ବୋଲି ତଦନ୍ତରୁ ସ୍ପଷ୍ଟ ହେବାପରେ ପୋଲିସ

ମୋହନା ବ୍ଳକକୁ ଏନଏସି ମାନ୍ୟତା ଦାବି ନେଇ ଉନ୍ନୟନ ପରିଷଦର ପ୍ରସୃତି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି : ଓଡିଶା ଦ୍ବିତୀୟ ବୃହତ୍ତମ ବ୍ଲକ ତଥା ଗଜପତି ଜିଲ୍ଲାର ସର୍ବବୃହତ୍ତମ ବ୍ଳକ ମୋହନାକୁ ଏନ ଏ ସି ମାନ୍ୟତା ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ବ୍ଳକ ବିଭିନ୍ନ ସଂଗଠନ ଯୋଗଦେବେ । ଆଜି ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଚେତାବନୀ