ମହାତ୍ମା ଗାନ୍ଧୀ ମାର୍ଗରେ କନ୍ଧମାଳରୁ ୨୦୦୦ ହଜାରରୁ ଉର୍ଦ୍ଧ୍ଵ ଆଉଟ ସୋର୍ସିଙ୍ଗ କର୍ମଚାରୀ

add-all


ଫୁଲବାଣୀ :ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ଡାକରା ରେ ଆଜି କନ୍ଧମାଳ ଜିଲ୍ଲାର 2000 ରୁ ଉର୍ଦ୍ଧ୍ବ କର୍ମଚାରୀ ଭୁବନେଶ୍ୱର ର ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ଯେତେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ କରିଛନ୍ତି କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ମାର୍ଥାଙ୍କ ନେତୃତ୍ୱରେ ସମସ୍ତେ ଯାଇ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇଛନ୍ତି।

ad-week
Leave A Reply

Your email address will not be published.