ଆସିକା ପୋଲିସ ଦ୍ୱାରା ୨୧୬ ବୋତଲ ବିଦେଶୀ ମଦ ଜବତ ଜଣେ ଗିରଫ…


ଆସିକା-୩୧-୭ ଆସିକା ଥାନା ଅନ୍ତର୍ଗତ ଝଗଦେଇ ନିକଟରେ ବିଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ ରେ କାର୍ତ୍ତିକ ଗୌଡ଼ ନାମକ ବ୍ୟକ୍ତି କୁ ଗିରଫ କରିବାସହ ତା ନିକଟରୁ ୨୧୬ ବୋତଲ ବିଭିନ୍ନ କିସମର ବିଦେଶୀ ମଦ ଜବତ କରାଯାଇଛି। ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶନ ଓ ଅନ୍ୟ କର୍ମଚାରୀ ମାନେ ପେଟ୍ରୋଲିଂ ବେଳେ ଏହି ଚଢ଼ାଉ କରିଥିଲେ। ଆସିକା ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ,ବିଦେଶୀ ମଦ ବିକ୍ରି କରୁଥିବା ଆଡ୍ଡା ଉପରେ ଚଢ଼ାଉ ଜୋର ଦାର କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଚୋରା ବ୍ୟବସାୟୀ ମାନେ ଏହିସବୁ ଚୋରା ମଦ କେଉଁଠାରୁ ଆଣୁଛନ୍ତି ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି।ଆଗାମୀ ଦିନରେ ଚଢ଼ାଉ ଜୋର ଦାର କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଆଜିର ଏହି ଚଢ଼ାଉ ପରେ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି।

ad-week
Leave A Reply

Your email address will not be published.