୯ କିଲୋମିଟର ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କଲେ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ…

add-all


ଉମରକୋଟ (୩୧/୦୭/୨୦୨୩) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବର୍ଷା ହେବା ପରେ ପରେ ବିଭିନ୍ନ ଦୁର୍ଗମ ଗ୍ରାମ ଗୁଡିକରେ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଦୁର୍ଗମ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ।ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଯେଉଁ ଦୁର୍ଗମ ଉପାନ୍ତ ଅଞ୍ଚଳର ଗ୍ରାମ ଗୁଡିକରେ ମ୍ୟାଲେରିଆ ବାହାରିଛି ସେହି ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ସେବା ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ ଦେବା ସଙ୍ଗେ ସଙ୍ଗେ ଲୋକ ମାନଙ୍କୁ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବଡ଼ ନିଷ୍ପତି ନିଆଯାଇ ଗତ କାଲି ୩୦/୦୭/୨୦୨୩ ରିକରେ ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଂଚାୟତର ଦୁର୍ଗମ ଉପାନ୍ତ ଗ୍ରାମ ଗୁଡ଼ିକ ଯଥାକ୍ରମେ ସର୍ଗିପାଣି,ମରାଘାଟ ଏବଂ ନନ୍ଧନଚୁଆ ଗ୍ରାମରେ ରାସ୍ତା ନ ଥାଇ ଅତି କଷ୍ଟରେ ଚାଲି ଚାଲି ଏକ ଡାକ୍ତର

ଟିମ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ସୂଚନା ଅନୁସାରେ ଉପାନ୍ତ ଦୁର୍ଗମ ଚକଲା ପଦର ପଞ୍ଚାୟତର କେତେକ ଗାଁର କିଛି ଲୋକ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଖବର ଜାଣିବା ପରେ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ ପ୍ରଧାନ ଙ୍କ ସହ ,ସି ଏଚ ଓ ବିଶ୍ୱଜିତ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଜାନକୀ ଟାକିରୀ ପ୍ରମୁଖ ଏମ ଏଚ ୟୁ ଗାଡି ନେଇ ଯାଇଥିଲେ କିନ୍ତୁ ଏମ ଏଚ ୟୁ ଗାଡ଼ିଟି ଫୁଲଝରୀ ଗ୍ରାମ ପର୍ଯ୍ୟନ୍ତ ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଆଉ ଯାଇ ପାରିନଥିଲା ଫଳରେ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଔଷଧ ବ୍ୟାଗକୁ ଅତି କଷ୍ଟରେ ନିଜ ହାତରେ ଧରି ପାହାଡ଼ ପର୍ବତ ଓ ଜଙ୍ଗଳ ଘେରା ପଥର ରାସ୍ତାରେ ୩ କିଲୋମିଟର ଦୂର ଚାଲି ଚାଲି ପ୍ରଥମେ ସର୍ଗିପାଣି ଗ୍ରାମ ଯାଇଥିଲେ, ତାପରେ ସେଠାରୁ ପୁଣି ୩କିଲୋମିଟର ଦୂର ଚାଲି ଚାଲି ମରାଘାଟ ଗ୍ରାମ ଯାଇଥିଲେ ଓ ଶେଷରେ ୩ କିଲୋମିଟର ଦୂରରେ ଥିବା ନନ୍ଧନଚୁଆ ଗ୍ରାମ ପହଞ୍ଚିଥିଲେ।ଏହି ତିନିଟି ଗ୍ରାମରେ ପ୍ରଥମେ ଜ୍ଵର ଲକ୍ଷଣ ଥିବା ଲୋକ ମାନଙ୍କ ସାମୁହିକ ରକ୍ତ ପରୀକ୍ଷା କରିଥିଲେ ଏବଂ ତିନିଟି ଗ୍ରାମରେ ୧୨୯ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଔଷଧ ପ୍ରଦାନ କରିବା ସହ କିଭଳି ଔଷଧ ସେବନ କରିବେ ସେନେଇ ପୁଙ୍ଖାନୁପୁଙ୍କ ବୁଝାଇ ଥିଲେ ଏବଂ ସ୍ଥାନୀୟ ଲୋକ ମାନଙ୍କୁ କଣ ସବୁ କଲେ ମ୍ୟାଲେରିଆ ଵ୍ୟାପୀବ ନାହିଁ ସେନେଇ ସଚେତନତାର ବାର୍ତା ପ୍ରେରଣ କରିବା ସହିତ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ ରଖିବା ପାଇଁ ଉପାନ୍ତ ଦୁର୍ଗମ ଗ୍ରାମର ଲୋକ ମାନଙ୍କ କହିଥିଲେ l

ad-week
Leave A Reply

Your email address will not be published.