ଆନ୍ତର୍ଜାତିକ ଜନଜାତି ଦିବସ ପାଳିତ

youtube

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସର ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଏସ ଡି ସି ପକ୍ଷରୁ ଆନ୍ତର୍ଜାତିକ ଜନଜାତି ଦିବସ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପୌରହିତ୍ୟ ପାଳିତ ହୋଇଯାଇଛି | ଏଥିରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତୀ ୱାସନ ୱ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ( ଜନଜାତି) ଅଧ୍ୟକ୍ଷ ବିଦ୍ୟାଧର ଯାନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ଜନଜାତି ଦିବସ ସମ୍ପର୍କ କହିଥିଲେ | ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗ ର ଲୋକଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ ରହିଛି , ଏହା ସଠିକ ଭାବେ କାର୍ଯ୍ୟ କରାଯାଇ ଜନଜାତି ଅଂଚଳ ଗାଁ ଗୁଡିକ କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେମାନେ କହିଥିଲେ | ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ସଂଯୋଜନା କରିଥିଲେ | ପରେ ଦ୍ୱିତୀୟ ଅଧିବେଶନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ( ଜନଜାତି) ଅଧ୍ୟକ୍ଷ ବିଦ୍ୟାଧର ଯାନୀଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଏଥିରେ ଗବେଷକ ଭାବେ ସୁକାନ୍ତ ପଣ୍ଡା, ପ୍ରଫେସର ବ୍ରଜ ସୁନ୍ଦର ପାଣି,ଶିକ୍ଷକ ତ୍ରିନାଥ ବେହେରା, ସୁଲପାଣି ଶତପଥି, ପ୍ରଫେସର ପ୍ରମୋଦ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ,ଯୁବକ ମାନଙ୍କୁ ଜନଜାତି ଲୋକ ମାନଙ୍କ ନିମନ୍ତେ କଣ ସବୁ ଯୋଜନା ରହିଛି, ସେମାନେ କିପରି ଏହି ଯୋଜନା ର ଲାଭ ପାଇବେ, ଏହା ସହିତ ଯୁବକ ମାନଙ୍କ ଭୂମିକା ଏବଂ ଆଗାମୀ ଭବିଷ୍ୟତ କଣ ରହିବ ସେ ଉପରେ ପ୍ରଶିକ୍ଷଣ ଦେଇଥିଲେ, ତୁମ୍ବା ଉନ୍ନୟନ ସଂସ୍ଥା ଚେତନା ସେଠି ଏହି କର୍ମଶାଳା ର ମୂଳ ଲକ୍ଷ୍ୟ ଉପରେ କହିଥିଲେ |

Leave A Reply

Your email address will not be published.