ବେକାରୀ ସମସ୍ୟା ଓ ଶ୍ରମିକଙ୍କ ଦାବି ହାସଲ ପାଇଁ ଶ୍ରମ କାର୍ଯ୍ୟାଳୟ ଘେରାଉ ।

add-all

ବ୍ରହ୍ମପୁର: କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ଡାକରା ରେ ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେଶରେ ବଢୁଥିବା ଦର ବୃଦ୍ଧିକୁ କମାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବେକାରୀ ଓ ଶ୍ରମିକ ଛଟେଇ ସର୍ବାଧିକ ସ୍ଥରରେ ପହଂଚିଛି । ଶ୍ରମିକ ମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଅଧିକାରରୁ ବଞ୍ଚିତ କରିବା ପାଇଁ ନୂଆଁ ଆଇନ ମାନ ଆଣୁଛନ୍ତି । ନିର୍ମାଣ ଶ୍ରମିକ ମାନଙ୍କର ଆବେଦନକୁ ମାସ ମାସ ଧରି ଗ୍ରହଣ କରାଯାଉନାହିଁ ।ପୁଞ୍ଜିକୃତ ଶ୍ରମିକ ଙ୍କୁ ତାର ପ୍ରାପ୍ୟ ଠିକ ସମୟରେ ଦିଆଯାଉ ନାହିଁ । ଅନ ଲାଇନ ପଞ୍ଜିକୃତ ବ୍ୟବସ୍ଥା ପ୍ରଚଳନ କରି ସରକାର ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ଛାଡ଼ିବାକୁ ବସିଛନ୍ତି । କମ୍ପ୍ୟୁଟର ଜାଣିନଥିବା ଓ ପାଠ ପଢ଼ିନଥିବା ଶ୍ରମିକଙ୍କ ପାଇଁ ତୁରନ୍ତ ସରଳ ପଞ୍ଜୀକୃତ ବ୍ୟବସ୍ଥା କରନ୍ତୁ ।
ମିଳିତ ଶ୍ରମିକ ସଂଗଠନ ଗୁଡିକ ତରଫରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ପୀତବାସ ପଣ୍ଡା,ପ୍ରମୋଦ ଜେନା,ବୃନ୍ଦାବନ ଖଟେଇ,ଚିନ୍ମୟ କୁମାର ହୋତା,ମହେଶ୍ବର ପାତ୍ର, ତତ୍ ସତ ସୁବୁଦ୍ଧି, ରାଜୀବ ଖୁଣ୍ଟିଆ, ରବି ଅଧିକାରୀ, ଭୀମରାଜୁ ରେଡ୍ଡୀ, ଉଦୟ ପାଣିଗ୍ରାହୀ, ଭାଲୁ ପାଣିଗ୍ରାହୀ,ସୁଚିତ୍ରା ଦାସ,ସୁପ୍ରଭା ଦାସ ,ଇଲିଆସ ପ୍ରମୂଖ ଓ ସୀଟୁ ପକ୍ଷରୁ ଯୁଧିଷ୍ଠିର ବେହେରା,ପ୍ରତାପ ଚୌଧୁରୀ ,ଶିବ ମହାପାତ୍ର, ହରି ନାୟକ,ପୁରୁଷୋତ୍ତମ ସାହୁ,ଶୁଶାନ୍ତ ସାହୁ,ରଞ୍ଜନ ପାତ୍ର,ନୃସିଂହ ବ୍ରହ୍ମା ପ୍ରମୁଖ ଏବଂ AITUC ପକ୍ଷରୁ ପ୍ରଶାନ୍ତ ପାଟଯୋଶୀ, ପ୍ରକାଶ ପାତ୍ର, ଅଳକ ମିଶ୍ର, ପ୍ରଦୀପ ସେଠୀ, କାମଦେବ ନାୟକ,ଦଣ୍ଡପାଣି ସାମଲ,ଦଣ୍ଡପାଣି ପାତ୍ର, ସାହାଜନ ଖାଁ ପ୍ରମୁଖ ଶ୍ରମିକ ନେତା ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.