ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

add-all

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ପାଳିତ ହେଲା ୭୭ ତମ ସ୍ୱାଧୀନତା ଦିବସ । ଇତ୍ୟବସରରେ ଉକ୍ତ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ତଥା ମୁଖ୍ୟଅତିଥି ଟି. ଶିବଶଙ୍କର ପାତ୍ର ଦୀପ ପ୍ରଜ୍ବଳନ ଏବଂ ଜାତୀୟ ପତାକା ଉତ୍ତୋଳନ କରି, ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଦେଶ ମାତୃକାର ବଳିଦାନୀ ପରଂବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରଗାଥାକୁ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ କନ୍ଧମାଳ ମାଟିର ଅମର ସହିଦ ମାନଙ୍କର ସ୍ମୃତିଚାରଣ କରିଥିଲେ। ମାତୃଭୂମି ଭାରତ ପାଇଁ ଆମେ ସମସ୍ତେ ନିଜ ଜୀବନକୁ ଉତ୍ସର୍ଗ କରିବା ତଥା ଏକ ସୁନାଗରିକ ହୋଇ ଦେଶ ଜାତିର ଟେକ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ପରିଚାଳନା କମିଟିର କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ରଚନା କରିଥିଲେ ଏବଂ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂଙ୍କ ସଂଯୋଜନା ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତସଙ୍ଗୀତଟି ଗାନ କରାଯାଇଥିଲା। ବନ୍ଦନା ପ୍ରମୁଖ ରାଜେଶ୍ୱରୀ ଗୁରୁମାଙ୍କ ଦ୍ୱାରା ବନ୍ଦନା ତଥା ‘ବନ୍ଦେ ମାତରଂ’ଗାନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରମୁଖ ବରିଷ୍ଠ ଆଚାର୍ଯ୍ୟ ଶରତ ଚନ୍ଦ୍ର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇପାରିଥିଲା। ପରିଶେଷରେ ବିଦ୍ୟାଳୟର ଉପସ୍ଥିତ ଶିଶୁ ଭାଇ ଭଉଣୀମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.