
ସାରକର କା ମାଲ ଦାରିଆ ମେ ଡାଲ ନିତୀ ରେ ଚାଲିଛି ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ…
ବ୍ରହ୍ମପୁର :୨୩-୮ ଆଜି ମୁଖ୍ୟମନ୍ତ୍ରୀ ଭରଚୁଲ ମାଧ୍ୟମ ରେ ନୂତନ ବସ ଷ୍ଟାଣ୍ଡ ର ଭିତ୍ତିପ୍ରସ୍ଥ ସ୍ଥାପନ କରିବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଜିଲ୍ଲା ପାଇଁ । ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ୫ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା କୁ ତୋଫାନି ଗସ୍ଥ କରୁଛନ୍ତି। ସଚିବଙ୍କ ସଭାକୁ ନେତା ଠାରୁ ପ୍ରଶାସନ ଲୋକଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବାକୁ ଲାଗିପଡୁଛନ୍ତି।୫ଟି ସଚିବ ରାଜ୍ୟର ଯେଉଁ ଜିଲ୍ଲାକୁ ଯାଉଛନ୍ତି, ସେଠାକାର ସମସ୍ୟା ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରୁଥିବା ଦେଖିବା କୁ ମିଳୁଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ଠାରେ କୋଟି କୋଟି ଟଙ୍କାର ନୂତନ ବସଷ୍ଟାଣ୍ଡ ଏବେ ଭୂତ କୋଠି ଓ ଅପରାଧ ତତ୍ତ୍ୱ ମାନଙ୍କ ଆଡ୍ଡା ସ୍ଥଳି ପାଲଟିଛି। ସେହିପରି ଗୋପାଳପୁର,କବିସୂର୍ଯ୍ୟନଗର ଠାରେ ନୂତନ ବସ ଷ୍ଟାଣ୍ଡ ପାଇଁ ଶୁଭ ଦିଆ ଯାଇଥିଲା ମଧ୍ୟ ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡିରହିଛି।ଗଞ୍ଜାମ ଜିଲ୍ଲାରେ ଦୀର୍ଘଦିନ ହେଲା ଚାଲିଥିବା ବିଭିନ୍ନ ପ୍ରକଳ୍ପ ଅଧାପନ୍ତାରିଆ ଅଵସ୍ଥା ରହିଥିବା ଓ କଚ୍ଛପ ଗତିରେ ଚାଲିଥିଲା ମଧ୍ୟ ମନ୍ତ୍ରୀ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି ମାନେ ଟିକେଟ କଟିବା ଭୟ ରେ ମୁହଁ ଖୋଲିବାକୁ ଡରୁଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ହିଞ୍ଜିଳି ବିଧାନସଭା ଅଞ୍ଚଳରେ ଯେପରି ଉନ୍ନତି ହୋଇଛି ସେପରିଅନ୍ୟ ନିର୍ବାଚନ ମଣ୍ଡଳୀ ରେ ଉନ୍ନତି ହୋଇନାହିଁ।ଆଜି ୫ଟି ସଚିବ ଗଞ୍ଜାମ ଜିଲ୍ଲା କୁ ତିନିଦିନିଆ ଗସ୍ତରେ ଆସୁଛନ୍ତି କେଉଁ କେଉଁ ଅଞ୍ଚଳରେ କଣ କଣ ଯୋଜନା ଘୋଷଣା କରୁଛନ୍ତି ଗଞ୍ଜାମ ଜିଲ୍ଲା ବାସୀ ଚାତକ ପରି ଚାହିଁ ବସିଛନ୍ତି। ଗଞ୍ଜାମ ଜିଲ୍ଲାରେ ୫ଟି ମାଧ୍ୟମ ରେ ଚାଲିଥିବା ଅଧିକାଂଶ କାର୍ଯ୍ୟରେ ଏବେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବା ଚର୍ଚ୍ଚା ହେଉଥିଲେ ବେଳେ ଏହିସବୁ ଘୋଟାଲା କୁ ସମୀକ୍ଷା କରିବାକୁ ଜିଲ୍ଲାପାଳ ମଧ୍ୟ ଆନ୍ତରିକତା ଦେଖାଉ ନ ଥିବା ଯୋଗୁଁ ସାରକର କା ମାଲ ଦାରିଆ ମେ ଡାଲ ନୀତି ରେ କାର୍ଯ୍ୟ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ବେଳେ ଦାଦନ ଶ୍ରମିକ ଙ୍କ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଭୋଟ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଏମ ନରେଗା କାମ ରେ ମେସିନ ଲାଗିବା ଘଟଣା ସବୁ ନେତା ଜାଣିଥିଲେ ମଧ୍ୟ ମୁହଁ ଖୋଲିବାକୁ କାହିଁକି ଭୟ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି।