ଏବେ ଗଞ୍ଜେଇ ପଛରେ ଅବକାରୀ ବିଭାଗ: ଅପମିଶ୍ରଣ ମଦମାଫିଆ ଅବକାରୀ ବିଭାଗର ଗେଲ୍ହା ପୁଅ..!

add-all


ବ୍ରହ୍ମପୁର : ୨୪-୮ ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅଧିକାରୀ ମାନେ ଗଞ୍ଜେଇ ମାଫିଆଙ୍କ ପଛରେ ପଡିଛନ୍ତି। ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ରହିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା କରିଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସରକାରୀ ଦେଶୀ ମଦ ଭାଟିରେ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଥିବା ନେଇ ରୀତିମତ ଗଣମାଧ୍ୟମ ରେ ପ୍ରକାଶ ପାଇଲେ ଉପର ଅଧିକାରୀ ଚାପ ପକାଇଲେ ଧର୍ମକୁ ଆଖିଠାର ଭଳି ଛୋଟ ମୋଟ କୋଚିଆ ମାନଙ୍କୁ ଗିରଫ କରୁଥିବା ଜଣାପଡୁଛି।ଯେଉଁ ମଦଭାଟି ରେ ମହୁଲ ବଦଳରେ ୟୁରିଆ ସାର ଓ ଇଷ୍ଟ ବ୍ୟବହାର ହେଉଛି ସେହି ଭାଟିର ମାଲିକ ମାନଙ୍କୁ ଅଧିକାରୀ ଙ୍କ ଆଶୀର୍ବାଦ ରହିଛି ବୋଲି ଚର୍ଚ୍ଚା ହେଉଛି।ଗତ କିଛି ଦିନ ତଳେ ବ୍ରହ୍ମପୁର କୁ ଅବକାରୀ ସଚିବ ଆସି ଚୋରାମଦ ଚଢ଼ାଉ କରିବାକୁ ତାଗିଦ କରି ଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ସ୍ଥାନରେ ଚଢ଼ାଉ ହୋଇନାହିଁ। ମଦମାଫିଆ ମାନଙ୍କ ସହିତ କେତେକ ଅବକାରୀ କର୍ମଚାରୀ ଙ୍କ ଘନିଷ୍ଟ ସମ୍ପର୍କ ବିଷୟ ରେ ଜିଲ୍ଲା ଅଧିକାରୀ ଜାଣିଥିଲେ ମଧ୍ୟ ସେ ଚୁପ ରହିବା ପଛରେ କଣ ରହସ୍ୟ ରହିଛି, ରାଜ୍ୟର ଅବକାରୀ ବିଭାଗ ର ସ୍ବତନ୍ତ୍ର ସ୍କ୍ୱାର୍ଡ ଆସିଲେ ଘଟଣା ର ପର୍ଦ୍ଧା ଫାସ ହେବ ବୋଲି ଆଲୋଚନା ହେଉଛି। ଯେଉଁ ସବୁ ସରକାରୀ ମଦଭାଟି ରେ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି,ସେହି ଭାଟିର ପୋଚ କୁ କେମିକାଲ ଯାଞ୍ଜ କରିଲେ ପୁଣି ଏକ ମଦ ମୃତ୍ୟୁ କୁ ଏଡାଇ ହେବ ବୋଲି ଚର୍ଚ୍ଚା ହେଉଛି। ଏବେ ସାରା ଗଞ୍ଜାମ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପଛରେ ଅବକାରୀ ବିଭାଗ ପଡିଛି, ସଲାସୁତୁରା କରି ଛାଡୁଛି ବେଶି – ଧରୁଛି କମ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.