ଗଞ୍ଜାମ ଏମ ଭି ଆଇ ଙ୍କ ଆଶୀର୍ବାଦ ରେ ଭଡ଼ା ଟିଆ ଗୁଣ୍ଡା ମାନଙ୍କ ଦ୍ୱାରା ଫିଟନେସ ତଦାରଖ : ଗାଡି ଯାଞ୍ଚ ନାମରେ ଅର୍ଥ ଆଦାୟ..!

add-all

ବ୍ରହ୍ମପୁର:  ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ର ଅଟୋନଗର ଠାରେ  ପ୍ରତି ଗୁରୁବାର ଦିନ ଭଡାଟିଆ ଗୁଣ୍ଡା ଭାବେ ବିଶ୍ୱ ଓ ନରେଶ ନାମକ ଦୁଇଜଣ ଯୁବକ ଙ୍କୁ ରଖି ବେଆଇନ ଭାବେ ଗାଡି ଗୁଡିକୁ ଫିଟନେସ ଦିଆଯାଉ ଥିବା ଖବର ମିଳିଥିଲା । ସାମ୍ବାଦିକ ମାନେ   ସେଠାରେ ପହଞ୍ଚି ବାର ଦେଖି ସେଠାରେ ଦଲାଲ  ଓ ଅଧିକାରୀ କେମେରା ଦେଖି ଛତ୍ରଭଙ୍ଗ ଦେଇଥିଲେ। ଏହି ଦୁଇଜଣ ଯୁବକ ଏମ.ଭି.ଆଇଭି ଙ୍କ ଆଶୀର୍ବାଦ ରେ  ୧୫ ବର୍ଷରୁ ଉର୍ଦ୍ଧ ଗାଡିକୁ ଫିଟନେସ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଓ ଲୋକ ଙ୍କୁ ହଟହଟା କରୁଥିବା ଘଟଣା ଚାର୍ଚ୍ଚକୁ ଆସୁଛି। ହଳଦିଆ ପଦର ଠାରେ ପ୍ରତି ଗୁରୁବାର ଦିନ ପ୍ରାୟ ୧୫୦ ଉର୍ଦ୍ଧର ଗାଡି ଏଠାରେ ଫିଟନେସ କରାଯାଉଛି, ଏପରିକି ଛୁଟି ଦିନରେ ମଧ୍ୟ ଫିଟନେସ କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟ ଦିନ

ମାନଙ୍କରେ ଅଗସ୍ଥି ନୂଆଗାଁ ରେ ମଧ୍ୟ ଏହି ଦୁଇ ଯୁବକଙ୍କ ଆତଙ୍କ ରାଜ ଦେଖିବାକୁ ମିଳୁଛି। ଏହିସବୁ ଦୁର୍ନୀତି ଓ ଏହି ଦୁଇ ଯୁବକ ଙ୍କ ସମ୍ପର୍କରେ ଏମ.ଭି.ଆଇ ଙ୍କୁ  ପଚାରିବାରୁ ସଠିକ ଉତ୍ତର ଦେଇ ନ ଥିଲେ ସେହି ଯୁବକ ଙ୍କୁ ଡାକନ୍ତୁ କହିଲେ ଗାଲେଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଏମ.ଭି.ଏଇ ଙ୍କ ସମୟ ରେ ଯେତେ ସବୁ ଗାଡିକୁ ଫିଟନେସ ଦିଆଯାଇଛି ତାହା ତଦନ୍ତ କଲେ ଲୋକଙ୍କ ଜୀବନ ସହ ଖେଳୁଥିବା ଘଟଣା ପର୍ଦାଫାସ ହେବ ବୋଲି ଚର୍ଚ୍ଚା ହେଉଛି। ଅନ ଲାଇନ ରେ  ଫିଟନେସ ପାଇଁ ଆବେଦନ କରିଥିଲେ ମଧ୍ୟ ପିସି ନଦେଲେ ହଇରାଣ ହରକତ କରାଯାଉଛି ବୋଲି ଅଭିଯୋଗ ହେଉଛି , ଅନ୍ୟ ସ୍ଥାନରେ ବେଆଇନ ଭାବେ  ଯୁବକୁ ମାନଙ୍କୁ ରଖି ବଟି ଆଦାୟ କରାଯାଉଥିବା ଚର୍ଚ୍ଚା ହେଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଦରକାର l ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ର ଯୁବକ ମାନେ ଚାକରି ଟିଏ ନପାଇବା ବେଳେ ଏହି ସଂସ୍ଥା ର ବାବୁ ମାନେ ଅନ୍ୟ ଜିଲ୍ଲାର ନିଜ ପରିବାର ଲୋକଙ୍କୁ ଆଣି ଏଠାରେ ବେନିୟମ ଅନୁଯାଇ ଅର୍ଥ ଆଦାୟ ପାଇଁ ବିନିଯୋଗ କରିବା ଦେଖିବାକୁ ମିଳୁଛି l ଏମ ଭି ଆଉ ଙ୍କୁ ପ୍ରଶ୍ନ କଲେ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରୁନାହାନ୍ତି, ବେଆଇନ ଭାବରେ ଅର୍ଥ ଆଦାୟ ପାଇଁ ଏହି ମାନଙ୍କୁ ଜିଲ୍ଲାର ବିଭିନ୍ନ ଜାଗାରେ ନିୟୋଜିତ କରି ପ୍ରବଳ ବଟି ଆଦାୟ କୁ ନେଇ ଅଭିଯୋଗ ହେଉଛି ତେଣୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ତଦନ୍ତ କରିବା ସହିତ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ ହେଉଛି 

ad-week
Leave A Reply

Your email address will not be published.