ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳିତ

add-all

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଚିକିଟୀର ବିଶିଷ୍ଟ ଲୋକନାୟକ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ଠାରେ ପତାକା ଉତ୍ତ୍ୱଳନ କରାଯାଇଥିଲା।ଏହି ଅବସରରେ କାର୍ଯ୍ୟାଳୟ ଠାରେ ସଭା ଆୟୋଜନ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚିକିଟୀର ବିଧାୟିକା ତଥା ରାଜ୍ୟର ଗ୍ରାମ୍ୟ ଓ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ବିଡିଓ ଶ୍ରୀ ହଳଧର ଶବର ଓ ବି ଇ ଓ ଶ୍ରୀ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁଳଦୀପ କୁମାର ସଭାକୁ ପରିଚାଳନା କରିଥିଲେ।ସବୁ ବର୍ଷ ଠାରୁ ଏହି ବର୍ଷ କିଛି ଅଲଗା ଧରଣର କାର୍ଯ୍ୟକ୍ରମ କରିବାକୁ ଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ଣ ପ୍ରକାର ପ୍ରତିଯୋଗୀତା ଅନୁଷ୍ଟିତ କରାଯାଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ମହୋଦୟା ଏବଂ ସମ୍ମାନିତ ଅତିଥି ଓ ସମସ୍ତ କାଉନ୍ସିଲର ମାନଙ୍କ କରକମଳରେ ପୁରସ୍କୃତ କରିବା ସହ ଏମ୍ସିଓ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଏହି ସଭାରେ ମହିଳା ସଞ୍ଚୟୀକା ମା ମାନଙ୍କ ଦ୍ଵାରା ହୋଇଥିବା ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ମା ମାନଙ୍କୁ ପୁରସ୍କୃତ କରିବା ସହ ସ୍ୱଚ୍ଛ ସାଥୀ ମାନଙ୍କୁ ମଧ୍ୟ ଗଣ ପୋଷାକ ପ୍ରଦାନ କରାଯାଇଥିଲା Iଏହି ସଭାରେ ୧୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ସଭାକୁ ସଫଳ ରୂପାୟନ କରିଥିଲେ।

ad-week
Leave A Reply

Your email address will not be published.