ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକକଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

add-all

ଚିକିଟୀ : ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଚିକିଟୀ ପେଣ୍ଠ ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ଠାରେ ପାତ୍ରପୁର ଓ ଚିକିଟୀ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ପରିଚୟ ପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି । ଆଜିର ବ୍ଲକ ସ୍ତରୀୟ ଶିବିରରେ ଶିକ୍ଷା ସହାୟତା ବାବଦକୁ ୯୭ ଜଣ ହିତାଧିକାରୀଙ୍କୁ ୫ ଲକ୍ଷ ୪ ହଜାର ୦୦୦ ଟଙ୍କା, ୧୨୨ ଜଣଙ୍କୁ ବିବାହ ସହାୟତା ବାବଦକୁ ୬୦ ଲକ୍ଷ ୭୫ ହଜାର, ମୃତ୍ୟୁ ଓ ଶେଷକୃତ୍ୟୁ ସହାୟତା ବାବଦକୁ ୪୧ଜଣଙ୍କୁ ୪୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମୋଟ ୨୬୦ ଜଣଙ୍କୁ ୧ କୋଟି ୬ ଲକ୍ଷ ୭୯ ହଜାର ଟଙ୍କା ପ୍ରଦାନ କରାଯାଇଅଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକା ତଥା ଗୃହ ଓ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଏବଂ ଚିକିଟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ବାବୁ ଚରଣ ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ରବୀନ୍ଦ୍ରନାଥ ତ୍ରିପାଠୀ ଏବଂ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ସରକାରୀ ସହାୟତା ସମ୍ପର୍କରେ ବୁଝାଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶିବିର ପରିଚାଳନା କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ସୋମନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.