ଗୋଟିଏ ଭାଇ ଜାଗାରେ ପାଇଲେ ୪୦ ଭାଇ…

add-all

ଫୁଲବାଣୀ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ l ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି ଯେଉଁ ମାନଙ୍କ ପାଖରେ ଥାଏ ଇଚ୍ଛା ଶକ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଅନ୍ତର୍ଗତ ପିଅନ ପଡ଼lର ଏକ ଗରିବ ପରିବାରର ଝିଅ ରୋ଼ଶନି ମହାନନ୍ଦ ଯୁକ୍ତ ତିନି ପ୍ରଥମ ବର୍ଷର କଳା ଛାତ୍ରୀ ପିଲାବେଳୁ ମାଆକୁ ହରାଇ ଥିବାରୁ ଜେଜେ ମାଙ୍କ ପାଖରେ ନିଜ ସାନ ଭାଇ ଓ ସେ ନିଜେ ଦୁଃଖ କଷ୍ଟ ସହ୍ଯ କରି ନିଜେ ପାଠ ପଢିବା ସହ ଭାଇକୁ ମଧ୍ଯ ପଢ଼ାଇ ବାରେ କେବେ ବି ଉଣା କରି ନାହାଁନ୍ତି l ବାପା ଅଛନ୍ତି ସତ କିନ୍ତୁ ସେ ଘର କଥା କେବେ ବୁଝନ୍ତି ନାହିଁ l ଜେଜେ ମାଙ୍କୁ ମିଳେ ମାସିକ ପାଞ୍ଚଶହ ଟଙ୍କା ଭତ୍ତା ଓ ୧୫ କେଜି ଚାଉଳ l ଏପରି ପରିସ୍ଥିତିରେ ସାନ ଭାଇକୁ ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳା ଶ୍ରମରେ ଛାଡିଛନ୍ତି ପାଠ ପଢିବାକୁ l ଯେତଳ ଇଛା ହୁଏ ଭାଇକୁ ଦେଖିବାକୁ ଚାଲି ଯାଆନ୍ତି l ହାତରେ ଟଙ୍କା ନଥିଲେ ମଧ୍ୟ ରକ୍ଷା ବନ୍ଧନ ପାଇଁ ଥିବା ପ୍ରବଳ ଇଚ୍ଛାକୁ ସାକାର କରିବା ପାଇଁ ସାଙ୍ଗ ସାଥୀଙ୍କଠୁ ଟଙ୍କା ଉଦ୍ଧାର ଆଣି ପହଞ୍ଚିଥିଲେ ଗୋପବନ୍ଧୁ ବାଳାଶ୍ରମ ସେଠାରେ ଗୋଟିଏ ଭାଇ ବଦଳରେ ପାଇଲେ ୪୦ ଭାଇ ସମସ୍ତଙ୍କ ପାଇଁ ମିଠା ଓ ରାକ୍ଷୀ ନେଇ ରାକ୍ଷୀ ବାନ୍ଧିଥିଲେ l ସେଠାରେ ସେ ଖୁସିରେ କହିଥିଲେ ଗୋଟିଏ ଭାଇ ଜାଗାରେ ୪୦ ଭାଇ ପାଇଲି l ଏଥି ସହିତ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବାକୁ ସେ ଆସିବେ ବୋଲି ମଧ୍ଯ ଅନ୍ତେବାସୀଙ୍କୁ କହିଥିଲେ l

ad-week
Leave A Reply

Your email address will not be published.