କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅବସର ଗ୍ରହଣ…

add-all

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୬ ବର୍ଷର ସରକାରୀ ଚାକିରି କାଳରେ ଅନେକ ପ୍ରଶଂସା ଓ ଗୁରୁ ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଧ୍ୟକ୍ଷତା କରି ଏଡିଏମ୍ ଶ୍ରୀ ସାହୁଙ୍କ କର୍ତ୍ତବ୍ୟନିଷ୍ଠା ଓ ସାଧାରଣ ଲୋକଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରଶଂସା କରିଥିଲେ। ନିଜ ବକ୍ତବ୍ୟରେ ସରକାରୀ ଦାୟିତ୍ୱରେ ଲୋକଙ୍କ କଥା ହିଁ ପ୍ରଥମ ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ। ଏହି ସଭାରେ ଅନ୍ୟତ୍ର ବଦଳି ହୋଇଥିବା ଇସ୍ତାବ୍ଲିଶ୍ମମେଣ୍ଟ ଅଧିକାରୀ ରବିନ ଚର୍ଚ୍ଚିଲ ମିଶ୍ରଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ ସମସ୍ତେ। ସଭାରେ ଜିଲ୍ଲାର ସମସ୍ତ ତହସିଲଦାର,ବିଡ଼ିଓ,ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ। ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.